ସାଇକେଲ ପ୍ରେମରେ ପ୍ରତାପ, ଗାଡ଼ିରୁ ଓହ୍ଲାଇ ସାଇକେଲ୍‌ ଚଢ଼ି ଉଠା ଦୋକାନୀଙ୍କ ବୁଝିଲେ ଦୁଃଖ

Published By : Prameya-News7 Bureau | November 04, 2021 IST

ନୀଳଗିରି, ୪/୧୧: ସାଇକେଲ ପ୍ରେମରେ ପ୍ରତାପ ଷଡ଼ଙ୍ଗୀ। କୌଣସି କାମରେ ଗଲେ ପିଲାଙ୍କ ପାଖରୁ ସାଇକେଲ ଛଡାଇ ଚଢ଼ନ୍ତି। ଏଥର ବ୍ୟାଟେରୀ ଚାଳିତ ସାଇକେଲ ସହରରେ ଚଢି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଯୋଗାଇବା ସହ ସଚେତନ ଉଦ୍ଦେଶ୍ୟ ନେଇ ଏଭଳି ପିଲାଳିଆମୀ କରିଥାନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ।

ଆଜି ସହରରେ ଉଠା ଦୋକାନୀଙ୍କୁ ଉଛେଦ ନେଇ ପ୍ରଶାସନ ଚେତାବନୀ ଦେଇଥିବା ବେଳେ ଦୋକାନୀମାନେ ପ୍ରତାପ ଷଡ଼ଙ୍ଗୀଙ୍କୁ ତାଙ୍କ ସମସ୍ୟା ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ବ୍ୟାଟେରୀ ଚଳିତ ସାଇକେଲ ଦେଖି ସେ ଗାଡ଼ିରୁ ଓଲ୍ହାଇ ବାସ ଚଢିବା ଆରମ୍ଭ କରିଥିଲେ। ତାଙ୍କ ପ୍ରତିକ୍ରିୟାରେ କହନ୍ତି ସେଭଳି ଜରୁରୀ କାମ ନଥିଲେ ସାଇକେଲ କିମ୍ବା ଚାଲି ଚାଲି ଯିବା ଉଚିତ। ଫଳରେ ବ୍ୟାୟାମ ପାଇଁ ଶରୀର ସୁସ୍ଥ ରହିବ ଓ କିଛି ଅର୍ଥ ମଧ୍ୟ ସଞ୍ଚୟ ହୋଇ ପାରିବ । ଏଭଳି ସଚେତନ ବାର୍ତ୍ତା ପାଇଁ ସାଇକେଲ ଚଢି ପୁଣି ସେ ଚର୍ଚ୍ଚାକୁ ଆସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.