Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପ୍ରତାପ ଷଡଙ୍ଗୀଙ୍କୁ ମିଳିଥିଲା ପ୍ରେମ ପତ୍ର – ତେବେ କାହିଁକି ବିବାହ କଲେ ନାହିଁ ଜାଣନ୍ତୁ

13/11/2019 at 5:54 PM

 ବାଲେଶ୍ୱର ୧୩।୧୧(ସର୍ବେଶ୍ୱର ନାଥ) –ବିବାହ ନକରି ଚିର କୁମାର ରହିଛନ୍ତି  , ଏବେ ସନ୍ୟାସୀର ପରିପାଟୀରେ ନଜର ଆସନ୍ତି  କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଅନର୍ଗଳ ସଂସ୍କୃତ କହିପାରନ୍ତି ।  ଅନେକ ଦକ୍ଷତା ରହିଛି ।  ତେବେ ସେ କାହଁକି ବିବାହ କଲେ ନାହିଁ ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥାଏ , ଅନେକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି ।

 ପ୍ରତପ ଷଡଙ୍ଗୀଙ୍କ ଇଚ୍ଛା ଥିଲା ସାଧୁ ସନ୍ୟାସୀ ହେବେ । ଏଥିପାଇଁ ରାମକୃଷ୍ଣ ମିଶନ୍‌କୁ ବି ଯାଇଥିଲେ । ମାତ୍ର ମାଆଙ୍କ ସେବା କରିବା ପାଇଁ ତାଙ୍କୁ ପଠାଇ ଦିଆଯାଇଥିଲା । ଆଉ ସେ ସେହି ଦିନଠାରୁ ସାଧୁ ଭାବେ ଜୀବନ ବିତାଇବା ପାଇଁ ଯେପରି ଏକ ପ୍ରକାର ପଣ ବି କରିଥିଲେ  ।

ଅନେକ ସମୟ ସେ ଆଶ୍ରମରେ ବିତାନ୍ତି । ଛୋଟ ପିଲାଙ୍କ ପ୍ରତି ଅହେତୁକ ସ୍ନେହ ରହିଛି ।  ନିଜ ବାଲ୍ୟ କାଳକୁ ତାଙ୍କ ଭିତରେ ଅନୁଭବ କରନ୍ତି ।

ହେଲେ ତାଙ୍କୁ ବି ଏକ ପତ୍ର ମିଳିଥିଲା । ଯୁବତୀଙ୍କ ଠାରୁ ମିଳିଥିଲା ପ୍ରେମ ପତ୍ର । ସେଥିରେ ପ୍ରମ ନିବେଦନ  କରାଯାଇଥିଲା । ହେଲେ ସେହି ପତ୍ର  ପ୍ରତି ସେ ଗୁରୁତ୍ୱ ଦେଇ ନ ଥିଲେ  । ସେ ରହୁଥିବା ଆଶ୍ରମର ସାଧୁବାବାଙ୍କ ଜଣେ ଅନୁଗାମୀ ଏହି ପତ୍ର ଦେଇଥିଲେ ।  ମାତ୍ର ସେବାକୁ ନିଜ ଲକ୍ଷ୍ୟ ଭାବେ ବାଛି ନେଇଥିବା ପ୍ରତାପ ଷଡଙ୍ଗୀଙ୍କୁ ଏହା ପ୍ରଭାବିତ କରି ପାରି ନଥିଲା । ନ୍ୟୁଜ ୭ର ପ୍ରତିନିଧିଙ୍କୁ ସାକ୍ଷାତକାର ଅବସରରେ କେନ୍ଦ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି  ।

ତାଙ୍କ ମାଆ ଅନେକ ଥର ତାଙ୍କୁ ବିବାହ ପାଇଁ କହିଥିଲେ । ମାତ୍ର  ହସିକରି ତାଙ୍କୁ ଭଲ ଭାବରେ ବିବାହ ନକରିବା ପାଇଁ ବୁଝାଇ ଦେଉଥିଲେ  ପ୍ରତାପ । ଏବେ ମାଆ ଇହଧାମରେ ନାହାନ୍ତି । କେନ୍ଦ୍ର ମନ୍ତ୍ରୀ ପଦର ଗୁରୁ ଦାୟିତ୍ୱ ବି ରହିଛି । ତାଙ୍କ ଭଉଣୀ ଓ ପରିବାର ଲୋକ ତାଙ୍କ କଥା ବୁଝିବାକୁ ବେଶ୍‌ ସମର୍ଥ ବୋଲି କହିଛନ୍ତି  କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

 ବିବାହ ପାଇଁ ଅନେକ ପ୍ରସ୍ତାବ ବି ଆସିଥିଲା । ମାତ୍ର ପ୍ରତ୍ୟାଖ୍ୟାନ କରିଥିଲେ  ପ୍ରତାପ ଷଡଙ୍ଗୀ ।

ବୟସ ଅତିକ୍ରାନ୍ତ ସିନା ହୋଇ ଯାଇଛି , ହେଲେ ସେସବୁ କଥା ଏବେବି ତାଜା ହୋଇ ରହିଛି । ନନାଙ୍କୁ ପ୍ରେମ ପତ୍ର ଆସିଥିବା କଥା ଶୁଣି ତାଜୁବ ହୋଇଛନ୍ତି ତାଙ୍କ  ସହଯୋଗୀ ଓ କର୍ମୀ । ମାତ୍ର ଅବିବାହିତ ରହି ସେବାକୁ ନିଜର ଲକ୍ଷ୍ୟ  ବୋଲି ଗ୍ରହଣ କରିଛନ୍ତି ପ୍ରତାପ ଷଡଙ୍ଗୀ ।  ଏବେ ବି ଏକାନ୍ତକୁ ଖୋଜୁଛନ୍ତି ଏଥିପାଇଁ କିଛି ସମୟ ସେ ଆଶ୍ରମରେ ବିତାନ୍ତି ବୋଲି ସୂଚନା ଦେଇଛନ୍ତି ।

   Related Posts