ନିଆରା ଢଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
17/09/2020 at 10:03 PM

ନୀଳଗିରି,୧୭/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିନକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ।
ଗୁରୁବାର ଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନରେ କାର୍ଯ୍ୟରତ ପୋଲିସ କର୍ମଚାରୀ, ଅଫିସ ଅଧିକାରୀ ଓ କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ କରୋନା ଯୋଧ୍ୟା ଭାବେ ସମ୍ମାନିତ କରିଥିଲେ । ଏଭଳି ସଙ୍କଟ ସମୟରେ ନିଜର ଜୀବନକୁ ବାଜି ଲଗାଇ କାର୍ଯ୍ୟ ସମ୍ପାଦନ କରିଥିବାରୁ ତାଙ୍କୁ ବେସ୍ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । କୋଭିଡ୍ ଯୋଦ୍ଧାଙ୍କୁ ମୋଦିଙ୍କ ଫଟୋଚିତ୍ର ଥିବା ଉପହାର ପ୍ରଦାନ କରିଥିଲେ। ପରେ ଉପସ୍ଥିତ ବ୍ୟକ୍ତି ଓ ସମ୍ମୁଖରେ ଯିବା ଆସିବା ଲୋକଙ୍କୁ ଫଳ ବଣ୍ଟନ କରିଥିଲେ କେନ୍ଦ୍ରମନ୍ତ୍ରୀ।