ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ତଥ୍ୟ: ଧର୍ମେନ୍ଦ୍ର - ପ୍ରତାପ ମୁହାଁମୁହିଁ

Published By : Prameya-News7 Bureau | October 30, 2018 IST

ଭୁବନେଶ୍ବର ୩୦|୧୦: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀକୁ କୋଟିେ ଲୋକଙ୍କୁ ୩ମାସ ମଧ୍ୟରେ ସ୍ବାସ୍ଥ୍ୟସେବା ଯୋଗାଇଦିଆଯାଇଛି ବୋଲି କହିବା ଓ ବିଜ୍ଞାପନ ଦେବା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଭିଡିଓ ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଠିକ୍‌ ନାହିଁ ୋ ବିଶ୍ବାସଯୋଗ୍ୟ ନୁହେଁବୋଲି ଧର୍ମେନ୍ଦ୍ର କହିଛନ୍ତି । ସେ କହିଛନ୍ତି ଯେଉଁଠି ବର୍ଷକୁ ୬୦ଲକ୍ଷ ଲୋକ ଚିକିତ୍ସିତ ହେଉଥିବା ସରକାରୀ ହିସାବ ରହିଛି ସେଇଠି ୩ମାସ ମଧ୍ୟରେ କେମିତି କୋଟିେ ଲୋକ ବିଜୁ କଲ୍ୟାଣ ୟୋଜନାରେ ଚିକିତ୍ସିତ ହେଲେ । ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ୁତ୍ତର ରଖିଛନ୍ତି  ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ଏକ କୋଟି ଉର୍ଦ୍ଧ୍ବ ଲୋକ ନୁହଁନ୍ତି ବରଂ ୧କୋଟିରୁ ଉର୍ଦ୍ଧ୍ବ କେଶରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିବା ସ୍ବାସ୍ଥ୍ୟମନ୍ତ୍ରୀ ସଫେି ଦେଇଛନ୍ତି । ଏଥିରେ ଜଣେ ବ୍ୟକ୍ତି ଥରେ ଚିକିତ୍ସିତ ହୋଇଥାଇପାରନ୍ତି କିମ୍ବା ୩ ଥର ଚିକିତ୍ସିତ ହୋଇଥାଇପାରନ୍ତି ।୧ କୋଟି କେଶକୁ ବେନିଫିଟ ଦିଆଯାଇଛି ବୋଲି କୁହାଯାଇଛି ବୋଲି ସେ କହିଛନ୍ତି। ଏହି ତତ୍ୟରେ କୌଣସି ଭୁଲ ନାହିଁ । ରାଜ୍ୟ ବାହାରେ ମଧ୍ୟ ଓଡିଆଙ୍କୁ ଚିକିତ୍ସା ସୁବିଧା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବିଜେପି ବେଶୀ ଚିନ୍ତିତ ଭଳି ଜଣାପଡୁଛି ବୋଲି କହି ସେ କଟାକ୍ଷ କରିଛନ୍ତି। ସବୁ ରାଜନୈତିକ ଦଳ ଚାହିଁବା କଥା ଓଡିଶାବାସୀ ଅଧିକ ଲାଭ ପାଆନ୍ତୁ ।ବିଜେପି କିନ୍ତୁ ଏକଥା ଚାହୁଁନି ।ବିଜେପି ଚାହୁଁଛି ଲୋକେ ୭ ଲକ୍ଷ ନୁହେଁ ୫ ଲକ୍ଷ ପାଆନ୍ତୁ ।୧୦ ଲକ୍ଷଙ୍କୁ ବାଦ ଦିଆଯାଉ, ଓପିଡି ସୁବିଧା ନପାଆନ୍ତୁ ।ଏହାକୁ ନେଇ ଆନ୍ଦୋଳନ କରିବା ଠିକ୍ ଲାଗୁନି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.