ରତ୍ନ ଭଣ୍ଡାର ଚାବି ମିଳିବା ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା

Published By : Prameya-News7 Bureau | June 14, 2018 IST

ଶ୍ରୀମନ୍ଦିର ଚାବି ମିଳିବା ପରେ ବି ଥମୁନି ବିବାଦ । ୧୯୮୫ ମସିହାରେ ଯେଉଁ ଚାବିରେ ରତ୍ନ ଭଣ୍ଡାର ଖୋଲା ଯାଇଥିଲା ଏହା ସେହି ଚାବି ବୋଲି ଆଜି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ତେବେ କମିଶନ ତଦନ୍ତ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ସହ ଟର୍ମ୍ସ ଅଫ ରେଫରେନ୍ସ ମଧ୍ୟ ପ୍ରକାଶ ପାଇଛି । ଚାବି ହଜିବା, ଡୁପ୍ଲିକେଟ୍ ଚାବି ମିଳିବା ଘଟଣାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଯେଭଳି ଘଟଣାର ପୁନରାବୃତ୍ତି ନହେବ ସେଥିପ୍ରତି ମଧ୍ୟ ବ୍ୟବସ୍ଥା କରାଯିବ । ଜଷ୍ଟିସ ରଘୁବୀର ଦାଶଙ୍କୁ କମିଶନ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ୩ ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି । ସେପଟେ ଏହା ପ୍ରତିକ୍ରିୟା ରଖିଛି ବିଜେପି । କହିଛି ଶ୍ରୀମନ୍ଦିର ଆଇନ ୧୯୬୦ ଅନୁଯାୟୀ ଚାବି ଟ୍ରେଜେରିରେ ରହିବା କଥା । ଟ୍ରେଜେରିରୁ ଚାବି କିଭଳି ଉଭେଇ ଗଲା । ଏନେଇ କାହିଁକି ଏତଲା ଦିଆଗଲାନି । ଆଉ କେଉଁ ପରିସ୍ଥିତିରେ ରେକର୍ଡ ରୁମରୁ ଡୁପ୍ଲିକେଟ୍ ଚାବି ମିଳିଲା । ଜଉମୁଦ ଲଫାପରୁ ରେକର୍ଡ ରୁମରୁ କିଭଳି ଚାବି ମିଳିଲା ବୋଲି ବିଜେପି ପ୍ରଶ୍ନ କରିଛି । ଯେଉଁ ଲଫାପାରୁ ଚାବି ମିଳିଲା ତାହା କେବେକାର । ଲଫାପାର ମଧ୍ୟ ପରୀକ୍ଷା ଦେବା ଦରକାର ବୋଲି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଦାବି କରିଛନ୍ତି । ରତ୍ନଭଣ୍ଡାର ହଜିବା ଓ ମିଳିବା ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଚାବି ନେଇ ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି ଜିଲ୍ଲାପାଳ । ତେଣୁ ପ୍ରଥମେ ଜିଲ୍ଲାପାଳଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜୟ ମହାପାତ୍ର ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସେବାୟତ ଦୋଷ କଲେ ଜେଲ୍ ଯାଉଛନ୍ତି । କିନ୍ତୁ ଜିଲ୍ଲାପାଳଙ୍କ ବିରୋଧରେ କାହିଁ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଛନ୍ତି । ଏଥି ସହ ସେ ଡୁପ୍ଲିକେଟ୍ ଚାବି କଣ ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ପୂର୍ବରୁ ରେକର୍ଡ ରୁମ୍ କାହିଁ ଯାଞ୍ଚ ହୋଇ ନଥିଲା ବୋଲି ମଧ୍ୟ ବିଜୟ ପ୍ରଶ୍ନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.