ଭିତର ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ : ଆଇନ ମନ୍ତ୍ରୀ ପ୍ରତାପ ଜେନା

Published By : Prameya-News7 Bureau | December 07, 2021 IST

ଭୁବନେଶ୍ବର ୭୧୨: ରତ୍ନ ଭଣ୍ଡାର ଖୋଲିବା ନେଇ ବିଧାନସଭାରେ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଭିତର ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଶ୍ରୀମନ୍ଦିରର ରତ୍ନଭଣ୍ଡାର ବାହାର ଓ ଭିତର ଭଣ୍ଡାରକୁ ନେଇ ଗଠିତ ।

ଶ୍ରୀ ଜଗନ୍ନାଥ ମନ୍ଦିର ନିୟମ, ୧୯୬୦ର ନିୟମ ୬(୧) ଅନୁଯାୟୀ କେବଳ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଆଦେଶ, ଧାର୍ଯ୍ୟ ସର୍ଭ ଓ ପରିସୀମା ଆଧାରରେ ଭିତର ରତ୍ନଭଣ୍ଡାରର ଚାବି ଖୋଲାଯାଇପାରିବ । ଭିତର ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତିର ଆବଶ୍ୟକତା ଅଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଅନୁମତି ଅନୁଯାୟୀ ପ୍ରାଧିକୃତ ବ୍ୟକ୍ତିଙ୍କ ସହିତ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ବିଶେଷଜ୍ଞ ଦଳ ୨୦୧୮ ମସିହା ଅପ୍ରେଲ ୪ ତାରିଖରେ ଭିତର ରତ୍ନଭଣ୍ଡାର ଯାଞ୍ଚ କରିଥିଲେ । ରଥଯାତ୍ରା ସମୟରେ ଠାକୁର ମନ୍ଦିରରେ ନଥିବା ବେଳେ ପୁନଶ୍ଚ ଭିତର ରତ୍ନଭଣ୍ଡାରର ଭିତରପଟ ପରୀକ୍ଷା ନିରୀକ୍ଷା କରିବାକୁ ଉକ୍ତ ବିଶେଷଜ୍ଞ ଦଳ ମତ ପ୍ରଦାନ କରିଥିଲେ । ତେବେ ଭିତର ଭଣ୍ଡାର ଖୋଲିବା ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.