ଚିକିତ୍ସା ପାଇଁ ଆଉ ଦୂରକୁ ଯିବାକୁ ପଡ଼ିବନି, ମାତୃ ଓ ଶିଶୁ ଚିକିତ୍ସାଳୟର ଶୁଭ ଶିଳାନ୍ୟାସ ମନ୍ତ୍ରୀ ପ୍ରତାପ ଜେନା

Published By : Prameya-News7 Bureau | October 12, 2021 IST

ନିଶ୍ଚିତକୋଇଲି, ୧୨/୧୦: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଜଗନ୍ନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାତୃ ଓ ଶିଶୁ ଚିକିତ୍ସାଳୟର ଶୁଭ ଶିଳାନ୍ୟାସ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ ପ୍ରତାପ ଜେନା  କୁଣ୍ଡି ପଂଚାୟତ ଗ୍ରସ୍ତ କରି ଜଗନ୍ନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା ଏହି ମାତୃ ଓ ଶିଶୁ ଚିକିତ୍ସାଳୟର ଶୁଭ ଶିଳାନ୍ୟାସ କରିଥିଲେ ।

ଏହି ଅବସରର ଏକ ସାଧାରଣ ସଭାରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ, ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଆଉ ମାତୃ ଓ ଶିଶୁମାନଙ୍କ ଚିକିତ୍ସା ପାଇଁ ଦୂରକୁ ଯିବାକୁ ପଡ଼ିବନାହିଁ । ଏହିଠାରେ ଉନ୍ନତ ଓ ଉତ୍ତମ ମାନର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସହିତ ଅତ୍ୟାଧୁନିକ ଟେକ୍ନୋଲୋଜିରେ ରୋଗୀମାନଙ୍କୁ ସେବା ଯୋଗାଇ ଦିଆଯିବ। କବି ବିଶେଶ୍ୱର ମହାନ୍ତିଙ୍କ ସଭା ପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ ଶରତ ନାୟକ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସଞ୍ଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.