ବୈଜୟନ୍ତ ଜଣେ ସୁବିଧାବାଦୀ ନେତା : ପ୍ରତାପ ଦେବ

Published By : Prameya-News7 Bureau | March 05, 2019 IST

ଭୁବନେଶ୍ବର ୫/୩:ବିଜେଡ଼ିର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବାପରେ ବିଜେଡିରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ବୈଜୟନ୍ତ ଜେଣ ସୁବିଧାବାଦୀ ରାଜନେତା ବୋଲି କହିଛନ୍ତି ବିଜେଡିର ମୁଖ୍ୟ ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ । ସେ କହିଛନ୍ତି ଯେ ବୈଜୟନ୍ତ କେନ୍ଦ୍ରାପଡ଼ାର ଲୋକ ନୁହଁନ୍ତି ତେଣୁ ସେ କେଉଁଦଳକୁ ଗଲେ ତାକୁ ନେଇ କେନ୍ଦ୍ରାପଡ଼ାରେ କିଛି ପରିବର୍ତ୍ତନ ହେବାର ନାହିଁ। ୨୦୦୮ ମସିହା ପୂର୍ବରୁ କେନ୍ଦ୍ରାପଡ଼ା ଲୋକେ ବୈଜୟନ୍ତଙ୍କୁ ଚିହ୍ନି ନଥିଲେ। ସେ ଦଳ ମଧ୍ୟରେ ଅନ୍ତର୍ଘାତୀ କାମ କରିଥିଲେ । ସେଥିପାଇଁ ଦଳ ତାଙ୍କୁ ନିଲମ୍ବନ କରିଥିଲା । ବୈଜୟନ୍ତ କେନ୍ଦ୍ରାପଡ଼ା ଲୋକଙ୍କୁ ବୋକା ବନାଇ ପାରିବେ ନାହିଁ। ବିଜେପିରେ ମିଶିବା ପାଇଁ ବୈଜୟନ୍ତଙ୍କର ଆରମ୍ଭରୁ ଏଜେଣ୍ଡା ଥିଲା ବୋଲି ପ୍ରତାପ ଦେବ କହିଛନ୍ତି । ଗତକାଲି ମଧ୍ୟ ଦଳର ଯୁବନେତା ଅରୁଣ ସାହୁ ସମାନ ଢଂଗରେ ପ୍ରତିକ୍ରିୟା ରଖିଥିଲେ । ବୈଜୟନ୍ତ ବିଜେପିରେ ଯୋଗ ଦେବା ତାଙ୍କ ପାଇଁ କ୍ଷତିକାରକ ହେବ ବୋଲି ଅରୁଣ ଭବିଷ୍ୟବାଣୀ କରିଥିଲେ ।

{"id":90857,"width":582,"height":744}

ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ ଦିଲ୍ଲୀଠାରେ ବିଜେପିର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକଦଳ ନେତା କେଭି ସିଂଦେଓ ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେବେ ବୋଲି ପୂର୍ବରୁ ସ୍ଥିର ହୋଇଥିଲେ ହେଁ ଅମିତ ଶାହା ଉତ୍ସବକୁ ଆସିନଥିଲେ । ପରେ ବୈଜୟନ୍ତ ଅମିତ ଶାହାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ । ବିଜେପିରେ ବୈଜୟନ୍ତ ଯୋଗ ଦେବାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଜୟନ୍ତଙ୍କୁ ସ୍ବାଗତ କରିବା ସହ ବୈଜୟନ୍ତଙ୍କ ଯୋଗଦାନ ଫଳରେ ଓଡିଶାରେ ବିଜେପି ଆହୁରି ଶକ୍ତିଶାଳୀ ହେଲା ବୋଲି କହିଥିଲେ । ଅପରପକ୍ଷରେ ବୈଜୟନ୍ତ କହିଥିଲେ ଯେ, ସେ ୨୨ବର୍ଷ ତଳୁ ବିଜେପିରେ ଯୋଗ ଦେବାକୁ ଚାହୁଁଥିଲେ , ଯାହା ଏବେ ସାକାର ହେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପ୍ରଭାବିତ ହୋଇ ସେ ବିଜେପିରେ ଯୋଗ ଦେବାକୁ କହିଥିଲେ ।

{"id":90858,"width":594,"height":395}

ବୈଜୟନ୍ତଙ୍କ ଏହି ୨୨ ବର୍ଷ ତଳୁ ବିଜେପିରେ ଯୋଗ ଦେବାକୁ ଚାହୁଁଥିବା ବିବୃତ୍ତି ଅତୀତର ବହୁ ରାଜନୈତିକ ସମୀକରଣ ଆଡକୁ ଇଂଗିତ କରିବା ସହ ତାଙ୍କୁ ସମାଲୋଚନା ପାଇଁ ଖୋରାକ ଯୋଗାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.