ଉଜ୍ଜ୍ଵଳା ଏକ ବିଫଳ ଯୋଜନା : ବିଜେଡି

Published By : Prameya-News7 Bureau | August 04, 2018 IST

ଭୁବନେଶ୍ୱର ୪/୮ : କେନ୍ଦ୍ର ସରକାରଙ୍କ ଉଜ୍ଜ୍ଵଳା ଯୋଜନାକୁ ସମାଲୋଚନା କରିଛି ବିଜେଡି | ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଛନ୍ତି ଜେ, ଏହି ଯୋଜନା ଏକ ବିଫଳ ଯୋଜନା | ଉଜ୍ଜ୍ଵଳା ଯୋଜନାରେ ସଂଯୋଗ ନେଇଥିବା ହିତାଧିକାରୀ ମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ଦ୍ୱିତୀୟ ଥର ଆଉ ଗ୍ୟାସ ରିଫିଲିଙ୍ଗ କରୁନାହାନ୍ତି | କାହିଁକି ଏମିତି ହେଉଛି ସେ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ପ୍ରତାପ ଦେବ କହିଛନ୍ତି | ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ସଂଯୋଗ ୫ କୋଟି ଛୁଇଁଛି ବୋଲି ବିଭାଗ ପକ୍ଷରୁ ଘୋଷଣା କରାଯିବା ପରିପ୍ରେକ୍ଷୀରେ ଶ୍ରୀ ଦେବ ଏହା କହିଛନ୍ତି | ସୂଚନାଯୋଗ୍ୟ ଯେ, ୨୦୧୬ ମସିହା ମେ ୧ ତାରିଖରେ ଉଜ୍ଜ୍ଵଳା ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିଲେ | ଦେଶର ୫ କୋଟି ମହିଳାଙ୍କୁ ସ୍ୱଚ୍ଛ ଇନ୍ଧନ ଯୋଗାଇବା ଏହି ଯାଜନାର ଲକ୍ଷ ଥିଲା | ମାତ୍ର ୨ ବର୍ଷ ମଧ୍ୟରେ ଏହି ଲକ୍ଷ ହାସଲ ହୋଇପାରିବା ବିଭାଗ ପକ୍ଷରୁ କୁହାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.