ପଜିଟିଭ୍ ରିପୋର୍ଟ ଆସିବା ପରେ ଗର୍ଭବତୀଙ୍କୁ ମିଳିଲାନି ଚିକିତ୍ସା, ହସ୍ପିଟାଲ ଆଗରେ ୫ ଘଣ୍ଟା ଧରି ଛଟପଟ ହେଲେ

Published By : Prameya-News7 Bureau | May 25, 2021 IST

ଢେଙ୍କାନାଳ,୨୫/୦୫:  ଢେଙ୍କାନାଲ ମୁଖ୍ୟ ଡାକ୍ତରରଖାନରେ କର୍ମଚାରୀଙ୍କ ଖାମଖିଆଲି ମନୋଭାବ । ଡାକ୍ତରଖାନାକୁ ପ୍ରସବ ପାଇଁ ଆସିଥିବା ଜଣେ ଗର୍ଭବତୀଙ୍କର କୋଭିଡ ପଜିଟିଭ ଚିହ୍ନଟ ହେବାରୁ ଚିକିତ୍ସା କଲେନି ସ୍ୱାସ୍ଥ୍ୟ କର୍ମଚାରୀ । ଏପରିକି କଟକ ସ୍ଥାନତାରିତ କରିଦେଇ ଚୁପ ହୋଇ ବସିପଡିଲେ। ଫଳରେ ଏହି ପ୍ରସୂତି ଜଣଙ୍କ ଦୀର୍ଘ ୫ଘଣ୍ଟା ଧରି ଡାକ୍ତରଖାନା ଆଉଟଡୋର ସମ୍ମୁଖରେ ଥିବା ଘରର ବାରଣ୍ଡାରେ ପଡି ଯନ୍ତ୍ରଣାରେ ଛଟପଟ ହେବା ଘଟଣା ବେଶ ଆଲୋଡନ ସୃଷ୍ଟି କରିଛି ।

ତେବେ ଦୀର୍ଘ ସମୟ ଧରି ପ୍ରସୂତି ଯନ୍ତ୍ରଣାରେ ଛଟ ପଟ ହେଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ସୂଚନା ମୁତାବକ, ଢେଙ୍କାନାଳ ସଦର ଥାନା ଅଞ୍ଚଳର ଏହି ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଯୋଗୁଁ ତାଙ୍କ ପରିବାର ପକ୍ଷରୁ ସୋମବାର ସନ୍ଧ୍ୟା ୫ଟାରେ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରା ଯାଇଥିଲା । ମାତ୍ର ତାଙ୍କର କୋଭିଡ ଟେଷ୍ଟ କରିବାରୁ ପଜିଟିଭ ଜଣାପଡିଥିଲା ।

ଫଳରେ କର୍ମଚାରୀମାନେ ତାଙ୍କୁ ଚିକିତ୍ସା ନଦେଇ କୋଭିଡ ସଂକ୍ରମିତ ଆଳରେ କଟକ ଏସସିବିକୁ ସ୍ଥାନାନ୍ତର କରିଦେଇ ଡାକ୍ତରଖାନା ଭିତରକୁ ଆଉ ପଶିବାକୁ ଦେଇନଥିଲେ । ଏପରିକି  ଆଇସୋଲେସନ  ରୁମର ବ୍ୟବସ୍ଥା ରହିଥିଲେ ମଧ୍ୟ ତାଙ୍କୁ ଗୁରୁତ୍ୱ ଦେଇ ନଥିଲେ କିମ୍ବା ତୁରନ୍ତ ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରିନଥିଲେ  । ଡାକ୍ତରଖାନା କର୍ମଚାରୀଙ୍କ ଏପରି ଖମଖିଆଳି ମନୋଭାବ ବିରୋଧରେ ତାଙ୍କ ପରିବାର ଲୋକେ ପ୍ରଶ୍ନ କରିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.