ବିଶ୍ୱ ଯୁଦ୍ଧ ପାଇଁ ଏବେ ପ୍ରସ୍ତୁତ ହେଉଛି ଚୀନ୍ !
22/04/2020 at 9:11 AM

ନୂଆଦିଲ୍ଲୀ ୨୨।୦୪: ସାରାଦେଶରେ ଅଣାୟତ ହୋଇଚାଲିଛି କରୋନା ଭାଇରସ । ବର୍ତ୍ତମାନ ସୁଦ୍ଧା ଲକ୍ଷାଧିକ ଲୋକ କରୋନାରେ ମୃତ୍ୟୁ ହୋଇସାରିଲାଣି । ସାରାବିଶ୍ୱ କରୋନା ପାଇଁ ଚୀନ୍କୁ ଦାୟୀ କରୁଥିବା ବେଳେ ଚୀନ୍ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ ତା ଦେଶରୁ ବ୍ୟାପିଛି ବୋଲି ମାନିବାକୁ ପ୍ରସ୍ତୁତ ନୁହେଁ । ସାରା ଦୁନିଆର ଗବେଷକ, ବୈଜ୍ଞାନିକ, ଡାକ୍ତରମାନେ କରୋନା ଟୀକା ପ୍ରସ୍ତୁତ ନେଇ ଦିନରାତି ଅହରହ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଏହିପରି ଘଡିସନ୍ଧି ମୁହୁର୍ତ୍ତରେ ଚୀନ୍ ନିଜର ସାମରିକ ଶକ୍ତି ବୃଦ୍ଧି କରିବାର ଲାଗିଛି । ଗୋଟିଏ ପଟେ ସାରାବିଶ୍ୱରେ କରୋନା ମହାମାରୀ ରୂପ ନେଇଥିବା ବେଳେ ଆଉ ଗୋଟିଏ ପଟେ ଚୀନ୍ ନିଜର ପରମାଣୁ ବୋମା ପରୀକ୍ଷଣ କରି ଯୁଦ୍ଧ ପାଇଁ ପ୍ରସ୍ତୁତି ହେଉଛି ବୋଲି ଅଭିଯୋଗ ହେଉଛି ।
କରୋନା ଭଳି ମହାମାରୀ ରୋଗକୁ ଜନ୍ମ ଦେଇଥିବା ଦେଶ ଚୀନ୍ ଏବେ ବିନାଶକାରୀ ଅସ୍ତ୍ରଶସ୍ତ୍ରକୁ ନେଇ ଯୁଦ୍ଧ ଲଢିବା ପାଇଁ ପ୍ରସ୍ତୁତ ଚଳାଇଛି ବୋଲି ଜଣାପଡିଛି । କରୋନା ଭାଇରସ ଏବେ ସାରାବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଚୀନ୍ର ଉହାନ ଲ୍ୟାବ୍ରୁ କରୋନା ଭାଇରସ ଲିକ୍ ହେବାର ଖବର ବାରମ୍ବାର ଅଭିଯୋଗ ହୋଇଆସୁଛି । କିନ୍ତୁ ଚୀନ୍ ଏହାକୁ ମାନିବାକୁ ନାରାଜ । ତେବେ ଏହିଭଳି ମାରାତ୍ମକ ଭାଇରସ ପାଇଁ ବିଶ୍ୱର ଅଧିକାଂଶ ଦେଶ ଏବେ ଚୀନ୍ ବିରୋଧରେ ସ୍ୱର ଉଠାଇବା ଆରମ୍ଭ କଲେଣି । କିନ୍ତୁ ଚୀନ୍ ଏସବୁକୁ ଖାତିର ନକରି ନିଜର ସାମରିକ ଶକ୍ତି ବଢାଇବା ଉଦ୍ୟମ ଜାରି ରଖିଛି । ଏବଂ ନିଜକୁ ଆଗମୀ ଯୁଦ୍ଧା ପାଇଁ ପ୍ରସ୍ତୁତି କରୁଥିବା ଜଣାପଡିଛି । ଚୀନ୍ ଦିନକୁ ଦିନ ଗୋଟିଏ ପାଦେ ଆଗକୁ ବଢାଇଚାଲିଛି । ସାରାବିଶ୍ୱ ପାଇଁ ଏବେ ଖଳନାୟକ ଚୀନ୍ । ଆମେରିକାର ଗୃହ ବିଭାଗ ଅଭିଯୋଗ ଆଣିଛି ଯେ, ଚୀନ୍ ଏକ ପରମାଣୁ ପରୀକ୍ଷଣ କରିଛି । ଏହାକୁ ମାଟି ତଳେ ପରୀକ୍ଷଣ କରାଯାଇଛି । ଏବଂ ଆଉ ଏକ କମ୍ ତୀବ୍ରତାର ପରମାଣୁ ବୋମା ପ୍ରସ୍ତୁତ କରୁଛି । ସେହିପରି ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ ମଧ୍ୟ ଚୀନ୍ ଉପରେ ଅଭିଯୋଗ ଆଣିଛି ଯେ, ପରମାଣୁ ସର୍ତ୍ତବାଳୀ ପାଳନ ନକରି କମ୍ ତିବ୍ରତା ବିଶିଷ୍ଠ ପରମାଣୁ ବୋମା ତିଆରି କରି ପରୀକ୍ଷଣ କରିଛି । କିନ୍ତୁ ଚୀନ୍ ଏସବୁ କଥାକୁ ମାନିବାକୁ ପ୍ରସ୍ତୁତ ନୁହେଁ । ଚୀନ୍ ଏସସବୁ ଅଭିଯୋଗକୁ ଖଣ୍ଡନ କରିଛି । ଯଦି ବାସ୍ତବରେ ଏହି କଥା ସତ ହୁଏ , ତେବେ ଆଗାମୀ ପିଢି ପାଇଁ ଭଲ ସମୟ ନୁହେଁ ବୋଲି କେହି କେହି କହୁଛନ୍ତି ।