Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କୋହଲିଙ୍କ ‘ସରପ୍ରାଇଜ୍ ପ୍ୟାକେଜ୍ ’ …. କିଏ ସେ କ୍ରିଷ୍ଣା ?

9/01/2020 at 12:24 PM

ଇନ୍ଦୋର ୦୯/୦୧-  ବିରାଟ କୋହଲିଙ୍କ ସରପ୍ରାଇଜ୍ ପ୍ୟାକେଜ  , କିଏ  ସେ  ଆଉ କ’ଣ ପାଇଁ ?  ବିରାଟ କୋହଲି କାହିଁକି ରଖୁଛନ୍ତି ଯୁକ୍ତି ?  ଭାରତୀୟ ଅଧିନାୟକ ରେକର୍ଡ ବ୍ରେକର ବିରାଟ ଆଉ କିଛି ରୋକର୍ଡ ବ୍ରେକ୍ ଟାର୍ଗେଟ୍ରେ ଏପରି ସରପ୍ରାଇଜ ପ୍ୟାକେଜ ଆଣୁଛନ୍ତି କି ?  ଇନ୍ଦୋରରେ ମଙ୍ଗଳବାର ଅନୁଷ୍ଠିତ ଟି- ଟ୍ୱେଣ୍ଟିରେ  ଶ୍ରୀଲଙ୍କାକୁ ମାତ୍ ଦେଲା ପରେ  ଏପରି ସମ୍ଭାବ୍ୟ ସରପ୍ରାଇଜ ପ୍ୟାକ୍ ନେଇ ସୂଚନା ଦେଇଥିଲେ କୋହଲି । ଭାରତୀୟ ପେସ୍ ଆଟାକ୍କୁ ଶକ୍ତିଶାଳୀ  କରିବାର ତାଙ୍କର ପ୍ଲାନ୍ରେ  ଅଛି ଏହି ସରପ୍ରାଇଜ୍ ପ୍ୟାକେଜ୍ । ଆଉ ସେ ଜଣେ ପେସର ।  ପ୍ରସିଦ୍ଧ କ୍ରିଷ୍ଣା  । ସେ ବିରାଟଙ୍କ ଫାଷ୍ଟ ବୋଲିଂ ସ୍କାଡ୍କୁ ଆହୁରି  ଶକ୍ତିଶାଳି କରିବେ ବୋଲି  ଅଧିନାୟକ ଆଶାବାଦୀ ।

 କର୍ଣ୍ଣାଟକର ଏହି ପେସ ବୋଲରଙ୍କ  ଉପରେ ବିରାଟ କୋହଲିଙ୍କ ଭରସା ତାଙ୍କ କଥାରୁ ହିଁ ବାରିହୁଏ । ବିରାଟ କହିଛନ୍ତି, “ ଜଣେ ଯୁବକ ଏକ ସରପ୍ରାଇଜ ପ୍ୟାକେଜ ହେବେ , ଯେକି ଅଷ୍ଟ୍ରେଲିଆ ଗସ୍ତରେ ଦଳରେ ସାମିଲ ହୋଇପାରନ୍ତି । ଯାହାଙ୍କ ବୋଲିଂରେ ପେସ୍ ସହ ବାଉନ୍ସ ବି ରହିଛି । ସେ ହେଉଛନ୍ତି  ପ୍ରସିଦ୍ଧ କ୍ରିଷ୍ଣା । ଯେକି ଘରୋଇ କ୍ରିକେଟରେ ବଲ ପ୍ରଦର୍ଶନ କରିଛନ୍ତି । ସମସ୍ତ ଫର୍ମାଟ ପାଇଁ  ଏପରି ବୋଲର ଗୋଷ୍ଠୀ ନିଶ୍ଚିତ ଭାବେ ଆମ ଲାଗି ଳଭଦାୟକ । ଆଗାମୀ ବିଶ୍ୱକପ୍ ପୂର୍ବରୁ ଆମ ଆଗରେ ଅନେକ ଅପସନ୍ ରହିଛି । “

ଘରୋଇ କ୍ରିକେଟରେ ଭଲ ପ୍ରର୍ଶନ କରିଥିବା ପ୍ରସିଦ୍ଧ କ୍ରିଷ୍ଣା ଦୁଇ ଦୁଇଟି ଆଗାତ ଯୋଗୁଁ  ବିଜୟ ହଜାରେ ଟ୍ରଫି ସେମିଫାଇନାଲ ମ୍ୟାଚ୍ ଠାରୁ କ୍ରିକେଟ ଖିଳିନାହାନ୍ତି । । ତାଙ୍କୁ ନାମ ଅଷ୍ଟ୍ରେଲିଆ ଗସ୍ତ ପାଇଁ ବିଚାରକରିବେ ବୋଲି ସୂଚନା ଦେଲେଣି କୋହଲି । ତେବେ ଅକ୍ଟେବରରେ ଆଘାତ ପାଇଁ କ୍ରିକେଟରୁ ସାମୟିକବାଦ ପଡିଥିବା ପ୍ରସିଦ୍ଧଙ୍କ ଲାଗି ଏହା ମଲମ ନିଶ୍ଚିତ । ଏପଟେ ଟିମ୍ ମ୍ୟାନେଜମେଣ୍ଟ ଭାରତର ପେସ୍ ବୋଲରଙ୍କ ପୁଲ ( ସଂଖ୍ୟା ) ନେଇ ହେଶ ପଜିଟିଭ୍ ।କାରଣ ପେସରଙ୍କ ପ୍ରଭାବ ତଥା  ଦଳରେ ଭଲ ପେସ ବୋଲରଙ୍କ ପ୍ରଦର୍ସନ ଯୋଗୁଁ  ଟିମ୍ ଇଣ୍ଡିଆ କ୍ୟାପଟେନ ଭାବେ କୋହଲି ବି ତିନି ବର୍ଷ ହେଲା ତାଙ୍କ ଟିମ୍ ସଫଳତା ଜାରି ରଖପାରିଛନ୍ତି ।  ଆଉ ପ୍ରସିଦ୍ଧ କ୍ରିଷ୍ଣା ସେହି ପୁଲ୍ରେ ଏବେ ସାମିଲ । ଭୁବନେଶ୍ୱର କୁମାର ଏବଂ  ଗୀପର ଚହର ଆଘାତ ଜନୀତ ସମସ୍ୟାରୁ ମୁକ୍ତ ହୋଇନଥିବା ବେଳେ  ପ୍ରସିଦ୍ଧ ସେହି ଶୂନ୍ୟ ସ୍ଥାନ ପୂରଣ ଲାଗି ଫିଟ୍ ହେବେ ବୋଲି ଆଶା । କାରଣ  ତାଙ୍କ ଟାର୍ଗେଟ୍ , ସ୍ୱିଙ୍ଗଂ ଏବଂ ପେସ  ବେସ୍ ଭଲ ।୨୩ ବର୍ଷୀୟ ଏମଆରଏଫ ଫାଉଣ୍ଡେସନ ପ୍ରଡକ୍ଟ ପ୍ରିସିଦ୍ଧ ବେଙ୍ଗାଲୁରରେ ନେଟ୍ରେ ଜଣେ ନିୟମିତ ବୋଲର ଥିଲେ । ଏହା ସହ ସେ ବି ଟିମ୍ ଇଣ୍ଟିଆରେ ଏକ ସଠିକ୍ ରିପ୍ଲେସମେଣ୍ଟ ହେବା ଆଶା କରନ୍ତି କୋହଲି ।

 ପ୍ରସିଦ୍ଧଙ୍କ ପ୍ରଦର୍ଶନ ଉପରେ ଟିମ୍ ମ୍ୟାନେଜମେଣ୍ଟ ଏବଂ ବିସିଆଇ ଏକ୍ସପର୍ଟ ଏବଂ ମନୋନୟନକାରୀଙ୍କ କଡା ନଜର । ବିଜୟ ହଜାରେ ଟ୍ରଫିରେ ତାହ୍କ ପ୍ରଦର୍ସନ ଉପରେ ନଜର ଥିଲା । ଏବେ ଶୁକ୍ରବାର ନିଉଜିଲ୍ୟାଣ୍ଡ ଗସ୍ତରେ ଭାରତୀୟ ଓ ଦଳରେ  ସାମିଲ ହେବେ ପ୍ରସିଦ୍ଧ ।ତେବେ ଫିଟ୍ନେସ୍ ପ୍ରମାଣ ଲାଗି ସେଠାରେ ତାଙ୍କୁ ଗୋଟିଏ , ଦୁଇଟି ମ୍ୟାଚ୍ ଖେଳିବାକୁ ପଡିବ । ତାହାର ଆନୁଧ୍ୟାନ କରିବେ ମନୋନୟନକାରୀ । କ୍ରିକେଟର ସବୁ ଫର୍ମାଟ ଲାଗି ଫେସର ସନ୍ଧାନରେ ଥିବା ମନୋନୟନକାରୀ ୨୦୧୮ ରୁ  ଜାତୀୟ ଟିମ୍ ବାହାରେ ଥିବା ପେସରଙ୍କ ଉପରେ ନଜର ରଖିଚନ୍ତି , ଆଉ  ନ୍ୟାନାଲ ଟିମ୍ ବାହାରେ ଥିବା ୧୦ ଟପ୍ ପେସରଙ୍କ ଭିତରେ ଅଛନ୍ତି ପ୍ରସିଦ୍ଧ । ରାହୁଲ ଦ୍ରାବିଡ୍ଙ୍କ ତତ୍ୱାବଧାନରେ  ଅଭ୍ୟାସ ଓ ତାଲିମ ଜିରି ରଖିଥିବା ପ୍ରସିଦ୍ଧ  ଫାଷ୍ଟକ୍ଲାସ କ୍ରିକେଟ, ଟି-ଟ୍ୱେଣ୍ଟି ଏବଂ ଏ କ୍ଲାସ ମ୍ୟାଚ୍ରେ ଦମଦାର ପ୍ରଦର୍ସନ କରିଛନ୍ତି । ଫାଷ୍ଟକ୍ଲାସ କ୍ରିକେଟରେ  ସେ ୨୦ ଟି ୱିକେଟ ନେଇଥିବା ବେଳେ , ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ହେଲା ୫/୪୯ । ସେହିପରି ଏ କ୍ଲାସ କ୍ରିକେଟ୍ରେ ୬୭ ୱିକେଟ ହାସଲ କରିଛନ୍ତି । ସେଠାରେ ତାଙ୍କ ବେଷ୍ଟ ବୋଲିଂ ଇକ୍ୱିଏସନ ହେଲା  ୬/୬୩ । ଟି-ଟ୍ୱେଣ୍ଟିରେ ତାଙ୍କର ସବୁଠୁ ଭଲ  ପ୍ରଦର୍ଶନ ୪/୩୦ ହୋଇଥିବା ବେଳେ ସେ ମୋଟ ୨୪ ୱିକେଟ ହାସଲ କରିଛନ୍ତି । ତେଣୁ ପ୍ରସିଦ୍ଧ କ୍ରିଷ୍ଣା ବଡ ସମ୍ଭାବନା ନିଶ୍ଚିତ ।

   Related Posts