Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କରୋନା ପଜିଟିଭ୍ ହେଲେ ଟିମ୍ ଇଣ୍ଡିଆର ଏହି ଖେଳାଳି, ଇଂଲଣ୍ଡ ଗସ୍ତ ପାଇଁ ଦଳରେ ହୋଇଛନ୍ତି ଚୟନ

8/05/2021 at 4:13 PM

ନୂଆଦିଲ୍ଲୀ ୦୮।୦୫: ଆଇପିଏଲ୍‌ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ପକ୍ଷରୁ ଖେଳୁଥିବା ଭାରତୀୟ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କୃଷ୍ଣା ଗୋଟିଏ ଦିନ ପୂର୍ବେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମୁକାବିଲା ଏବଂ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଭାରତୀୟ ଦଳରେ ଚୟନ ହୋଇଛନ୍ତି। କରୋନା ସଂକ୍ରମିତ ହେବାରେ ସେ କେକେଆର ଚତୁର୍ଥ ଖେଳାଳି। ଏହା ପୂର୍ବରୁ ବରୁଣ ଚକ୍ରବର୍ତ୍ତୀ, ସନ୍ଦୀପ ଓ୍ଵାରିୟର ଓ ଟିମ୍ ସେଇଫର୍ଟ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ।

ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ପାଇଁ ପ୍ରସିଦ୍ଧଙ୍କୁ ଷ୍ଟାଣ୍ଡ ବାଇ ଖେଳାଳି ଭାବେ ରଖାଯାଇଛି। ତାଙ୍କ ବ୍ୟତୀତ ଅଭିମନ୍ୟୁ ଈଶ୍ଵରନ, ଅବେଶ ଖାନ ଓ ଅରାଜନ ନାଗଓ୍ଵାସଓ୍ଵାଲଙ୍କୁ ମଧ୍ୟ ଷ୍ଟାଣ୍ଡ ବାଇ ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି।

କୋଚ୍ ରବି ଶାସ୍ତ୍ରୀଙ୍କ ନେତୃତ୍ଵରେ ୨୦ ଜଣିଆ ଭାରତୀୟ ଦଳ ମେ ୨୫ରେ ମୁମ୍ବାଇରେ ଏକତ୍ର ହେବେ ଏବଂ ପ୍ରସ୍ତୁତ ଜୈବ ନିରାପତ୍ତା ବଳୟରେ ୮ ଦିନ ରହିବେ। ଏହି ସମୟରେ ସମସ୍ତ ଖେଳାଳିଙ୍କ ତିନି ଥର କରୋନା ଟେଷ୍ଟ କରାଯିବ। ଏହା ପରେ ଭାରତୀୟ ଦଳ ଜୁନ ୨ରେ ଇଂଲଣ୍ଡ ଅଭିମୁଖେ ଗସ୍ତ କରିବ। ସେଠାରେ ପହଞ୍ଚିବା ପରେ ୧୦ ଦିନ ପାଇଁ କ୍ଵାରେଣ୍ଟିନରେ ପ୍ରତ୍ୟେକ ଖେଳାଳି ରହିବେ।

ଏହା ପରେ  ଜୁନ ୧୮ ରୁ ୨୨ ତାରିଖ ଯାଏଁ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମୁକାବିଲା ଖେଳିବ। ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମୁକାବିଲା ସାଉଥମ୍ପଟମରେ ଖେଳାଯିବ। ଏହା ପରେ ଅଗଷ୍ଟ ୪ ରୁ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ।

   Related Posts