Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ପ୍ରଶାନ୍ତ ନନ୍ଦଙ୍କ ‘ଚଳଚିତ୍ର ପୁରାଣ’ ଉନ୍ମୋଚିତ

28/12/2019 at 5:37 PM

ଭୁବନେଶ୍ବର ୨୮/୧୨: ସାସଂଦ ଏବଂ ଓଡିଆ ଚଳଚିତ୍ରର ପ୍ରଖ୍ୟାତ ନାୟକ ଓ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ତାଙ୍କ ବହି ‘ ଚଳଚିତ୍ର ପୁରାଣ ‘ଉନ୍ମୋଚିତ କରିଛନ୍ତି।  ଏହି ପୁସ୍ତକରେ ୧୯୩୬ ମସିହାରୁ ୨୦୧୪ ପର୍ଯ୍ୟନ୍ତର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ତଥ୍ୟ ରହିଛି। ଏବଂ ଓଡିଆ ଚଳଚିତ୍ରର ଗତି ପ୍ରଗତିକୁ ଲିପିବଦ୍ଧ କରାଯାଇଛି। ଏହା ସହ ଆଜି ଓଡିଆ ଚଳଚିତ୍ରର ଦିଗ ଏବଂ କାହିଁକି ଓଡିଆ ଚଳଚିତ୍ର ସଫଳ ହେଉ ନାହିଁ ତାହାକୁ ଲେଖା ଯାଇଛି।

ପ୍ରଶାନ୍ତ ନନ୍ଦ ଏହି ପୁସ୍ତକର ପ୍ରଥମ କପିକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଦେଖା କରି ଅର୍ପଣ କରିଛନ୍ତି। ଏହା ସହ ଇଂରାଜୀରେ ଖାରବେଳ, ଦି ୱାରିଅରକୁ ନୋବେଲ ରୂପରେ ଲେଖାଯାଇଛି। ଯେଉଁଠି ଇତିହାସର ସଂପୂର୍ଣ୍ଣ ବିବରଣୀ ଦିଆଯାଇଛି। ଏବଂ  ଇଂରାଜୀରେ “ଦି କ୍ବେଷ୍ଟ” ନାମକ ପୁସ୍ତକକୁ ମଧ୍ୟ ଉନ୍ମୋଚନ କରାଯାଇଛି। ଏହି ସମସ୍ତ ବହି ପ୍ରଶାନ୍ତ ନନ୍ଦ ଲେଖିଛନ୍ତି ଏବଂ ସେ କହିଛନ୍ତି ଓଡିଆ ଚଳଚିତ୍ର ସଂକଟ ଦେଇ ଗତି କରୁଛି କିନ୍ତୁ ଆଶା ରହିଛି ଓଡିଆ ଚଳଚିତ୍ର ପୁଣି ଉପରକୁ ଉଠିବ।

   Related Posts