Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ମୋଦି ସରକାରଙ୍କ positivity campaign କୁ ନେଇ ପ୍ରଶାନ୍ତ କିଶୋରଙ୍କ tweet, କହିଲେ ଏହା ଏକ ‘ଘୃଣ୍ୟ’ କାମ

12/05/2021 at 6:59 PM

ନୂଆଦିଲ୍ଲୀ୧୨।୫: କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ସାରା ଦେଶରେ ପ୍ରକୋପ କରିଛି। ପରିସ୍ଥିତି ମୁକାବିଲାରେ କେନ୍ଦ୍ର ସରକାର ବିଫଳ ହୋଇଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ଏବେ ଦେଶ ଓ ନେତା ବଦନାମ ହେଉଛନ୍ତି। ଏଥିରେ ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ସକରାତ୍ମକତାର ପ୍ରସାର ଲାଗି କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି। ଏଥିପାଇଁ ଉଚ୍ଚ ଅଧିକାରୀଙ୍କ ଏକ କର୍ମଶାଳା ଆୟୋଜନ କରାଯାଇଥିବା ବେଳେ ଏହାର ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ ଅଧିକାରୀକ ଟ୍ୱିଟ୍‌ରେ ବି ଦିଆଯାଇଛି।

ସରକାରଙ୍କ ଯୋଜନାକୁ ନେଇ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ବାର୍ତ୍ତା ପୋଷ୍ଟ କରିଛନ୍ତି। ଯେଉଁଥିରେ ସରକାରଙ୍କ କାମକୁ ସେ ‘ଘୃଣ୍ୟ’ ବୋଲି ଉଲ୍ଲେଖ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଯେ ‘ଏପରି ଏକ ସମୟ ଯେତେବେଳେ ସମସ୍ତେ ଶୋକରେ ବୁଡି ରହିଛନ୍ତି ଓ ଚତୁପାର୍ଶ୍ୱରେ ରୋଗର ଆତଙ୍କ ଲାଗି ରହିଛି ସେତେବେଳେ ସକରାତ୍ମକତା ନାମରେ ମିଥ୍ୟା ଓ ଅପପ୍ରଚାର ଏକ ଘୃଣ୍ୟ କଥା’। ସେ ଲେଖିଛନ୍ତି ଯେ ସକରତ୍ମକତା ପ୍ରସାର ନାମରେ ଆମେ ଅନ୍ଧ ହୋଇ ସରକାରଙ୍କ ପ୍ରଚାର କରିପାରିବାନି। କେବଳ ପ୍ରଶାନ୍ତ କିଶୋର ନୁହନ୍ତି କେନ୍ଦ୍ର ସରକାରଙ୍କ ଯୋଜନାକୁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଆକ୍ଷେପ କରିଛନ୍ତି।

ରାହୁଲ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସକରାତ୍ମକତା ବିଚାରର ଦେଶର ଅଗଣିତ ସ୍ୱାସ୍ଥ୍ୟ କର୍ମଚାରୀ ଓ ହସ୍ପିଟାଲରେ ଅକ୍ସିଜେନ, ଔଷଧ ଲାଗି ସଂଘର୍ଷ କରି କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ଲାଗି ଏହା କେବଳ ଏକ ମିଥ୍ୟା ଆଶ୍ୱାସନା ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ବାଲିରେ ମୁଣ୍ଡ ପୋତି ଦେଲେ ସକରାତ୍ମକତା ନୁହେଁ ଦେଶବାସୀଙ୍କ ସହ ଧୋକା। ସରକାର ନିଜ ଦାୟିତ୍ୱ ନିର୍ବାହ କରିବାରେ ବିଫଳ ହୋଇଛନ୍ତି ବୋଲିସଫାସଫା ସ୍ୱୀକାର ନକରି ବୁଲେବଙ୍କେଇ କାର୍ଯ୍ୟକ୍ରମ କରିବା ଅତ୍ୟନ୍ତ ଦୁଃଖଦ ବୋଲି ରାହୁଲ ଉଲ୍ଲେଖ କରିଛନ୍ତି।   

   Related Posts