Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଭାରତୀୟ ଗଣତନ୍ତ୍ରର ସୁରକ୍ଷା ଲାଗି ପଶ୍ଚିମବଙ୍ଗରେ ହେବାକୁ ଯାଉଛି ମହାଲଢେଇ, ଜାଣନ୍ତୁ ପ୍ରଶାନ୍ତ କିଶୋର tweetରେ କହିଛନ୍ତି କ’ଣ?

27/02/2021 at 7:49 PM

କୋଲକାତା ୨୭।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ରଣନୀତିକାର ପ୍ରଶାନ୍ତ କିଶୋର ଶନିବାର ଏକ ଟ୍ୱିଟ୍‌ କରିଛନ୍ତି। ଯାହା ଏବେ ଖାଲି ରାଜ୍ୟରେ ନୁହେଁ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ କରିଥିବା ଏହି ପୋଷ୍ଟକୁ ମେ ୨ ଭୋଟ ଗଣନା ପରେ କେହି ବି ତାଙ୍କୁ ମନେ ପକାଇ ପାରନ୍ତି ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି।

ପ୍ରଶାନ୍ତ ଭାରତୀୟ ଗଣତନ୍ତ୍ର ଲାଗି ପଶ୍ଚିମବଙ୍ଗରେ ମହାଲଢେଇ ହେବାକୁ ଯାଉଥିବା ଉଲ୍ଲେଖ କରିଛନ୍ତି। ଯେଉଁଥିରେ ରାଜ୍ୟର ମତଦାତା ସିଧାଶଳଖ ସେମାନଙ୍କ ବାର୍ତ୍ତା ଦେବାକୁ ପ୍ରସ୍ତୁତ ହୋଇସାରିଥିବା ଉଲ୍ଲେଖ କରିଛନ୍ତି ଓ ସେମାନେ ନିଶ୍ଚିତ ସଠିକ କାର୍ଡ ଖେଳିବେ ବୋଲି କହିଛନ୍ତି। ଟ୍ୱିଟ୍‌ରେ ସେ ତୃଣମୂଳ କଂଗ୍ରେସ ହାସ୍ ଟ୍ୟାଗ୍ ‘ବାଂଲା ନିଜେର ମେୟେକେଇ ଚାଇ’ ଏଡ କରିବାକୁ ଭୁଲି ନାହାନ୍ତି।   ସେ ତାଙ୍କର ଏହି ଟ୍ୱିଟ୍‌କୁ ମେ ୨ ଭୋଟ ଫଳାଫଳ ଗଣନା ପରେ ମନେ ପକାଇବାକୁ ମଧ୍ୟ ଉଲ୍ଲେଖ କରିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ ଶାସକ ତୃଣମୂଳ କଂଗ୍ରେସର ରଣନୀତିକାର ଅଛନ୍ତି। ମମତା ତାଙ୍କ ପରାମର୍ଶରେ ଦଳର ନିର୍ବାଚନ ପ୍ରଚାରଠାରୁ ଆରମ୍ଭ କରି ବ୍ୟାନର, ପୋଷ୍ଟର ଓ ସ୍ଲୋଗାନ ଆଦି ମଧ୍ୟ ପ୍ରସ୍ତୁତ କରୁଛନ୍ତି। ସେହିପରି ପ୍ରଶାନ୍ତଙ୍କ ଅନୁସାରେ ଦଳର ନିର୍ବାଚନ ରଣନୀତିରେ କାମ କରୁଛି।

ଗତବର୍ଷ ପ୍ରଶାନ୍ତ କିଶୋର ବେଙ୍ଗଲ ବିଧାନସଭା ନିର୍ବାଚନ ନେଇ ଏକ ଟ୍ୱିଟ୍‌ କରିଥିଲେ। ଏଥିରେ ବିଜେପି ଯଦି ବେଙ୍ଗଲରେ ଦୁଇ ଅଙ୍କ ପାର କରିଯିବ ତେବେ ସେ ସବୁଦିନ ଲାଗି ଟ୍ୱିଟରରୁ ନିଜକୁ ଦୂରେଇ ନେବେ ବୋଲି ଉଲ୍ଲେଖ କରିଥିଲେ। ତେବେ ପ୍ରଶାନ୍ତ ତୃଣମୂଳ କଂଗ୍ରେସ ଲାଗି ବିଧାନସଭା ନିର୍ବାଚନ ରଣନୀତିକାର ପ୍ରଥମଥର ହୋଇ ନାହାନ୍ତି। ପୂର୍ବରୁ ସେ ବିହାରରେ ନୀତିଶ କୁମାରଙ୍କ ବୁଡି ଯାଉଥିବା ରାଜନୀତିର ଡୋରି ସମ୍ଭାଳିବାରେ ତାଙ୍କୁ ବେଶ୍ ସହାୟତା କରିଥିବା ନଜିର ରହିଛି। ଏଥିରେ ବେଙ୍ଗଲ ନିର୍ବାଚନକୁ ନେଇ ତାଙ୍କ ଟ୍ୱିଟ୍‌ ଏବେ ରାତନୀତିରେ ଝଡ଼ ସୃଷ୍ଟି କରିଛି।

   Related Posts