Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପଶ୍ଚିମବଙ୍ଗରେ ଟିଏମସିର ପ୍ରଚଣ୍ଡ ବିଜୟ ପରେ ଆସିଲା ପ୍ରଶାନ୍ତ କିଶୋରଙ୍କ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ ନିର୍ବାଚନ ରଣନୀତିଜ୍ଞ

2/05/2021 at 4:02 PM

କୋଲକାତା ୦୨ ।୦୫: ସବୁ କଳ୍ପନା ଜଳ୍ପନା ଏବଂ ସମସ୍ତ ଏକଜିଟ୍ ପୋଲର ପୂର୍ବାନୁମାନକୁ ଭୁଲ୍ ପ୍ରମାଣିତ କରି ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ହାସଲ କରିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ଦଳ ଅତି ସହଜରେ କେବଳ ସଂଖ୍ୟା ଗରିଷ୍ଠତା ହାସଲ କରି ନାହିଁ ବରଂ ୨୦୦ରୁ ଅଧିକ ସିଟ୍ ମଧ୍ୟ ଜିତିବାକୁ ଯାଉଛି । କିନ୍ତୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହାର ଔପଚାରିକ ଘୋଷଣା ବାକି ରହିଛି । ଟିଏମସିର ଡବଲ ସେଂଚୁରୀ ପରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପ୍ରଶାନ୍ତ କିଶୋର ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ନିର୍ବାଚନ ଆୟୋଗଙ୍କ ପକ୍ଷପାତ କାରଣରୁ ବିଜେପି ଆଜି ଏମିତି ସ୍ଥିତିରେ ପହଂଚିଛି । ଯଦି ଆୟୋଗ ନିରପେକ୍ଷ ଭାବେ କାମ କରିଥାନ୍ତା ତେବେ ବିଜେପି ଏତେ ଆସନ ମଧ୍ୟ ଜିତି ପାରିନଥାନ୍ତା ।

ସେ କହିଛନ୍ତି, ଆୟୋଗ ନିଜ ସିଷ୍ଟମ ଜରିଆରେ ବିଜେପିକୁ ସମର୍ଥନ ଦେଇଥିଲା । ଏହି କାରଣରୁ ନିର୍ବାଚନ ଅନେକ ପର୍ଯ୍ୟାୟରେ କରାଗଲା । ଏହି ନିର୍ବାଚନ ୧୦ରୁ ୧୫ ଦିନ ମଧ୍ୟରେ କରାଯାଇ ପାରିଥାନ୍ତା । ମାତ୍ର ଦୁଇ ମାସର ସମୟ ନିଆଗଲା । ପ୍ରଶାନ୍ତ କିଶୋର ଏନଡିଟିଭି ସହ ଆଲୋଚନା ବେଳେ କହିଛନ୍ତି ଯେ, ରାଜ୍ୟରେ ଭୋଟ୍ ଧ୍ରୁବୀକରଣ ପ୍ରସଙ୍ଗ ପ୍ରଭାବହୀନ ରହିଲା । ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ଯେ, ଧ୍ରୁବୀକରଣର ଗୋଟିଏ ସୀମା ରହିଛି । ଏହା ମଧ୍ୟ ସ୍ପଷ୍ଟ ଯେ ଆପଣ ଧ୍ରୁବୀକରଣ ସାହାରାରେ ନିର୍ବାଚନ ଜିତି ପାରିବେ ନାହିଁ ।

ପ୍ରଶାନ୍ତ କିଶୋର କହିଛନ୍ତି, ମମତା ବାନାର୍ଜୀଙ୍କୁ ମୁସଲିମ ଭୋଟର ଏକଜୁଟ ହୋଇ ମତଦାନ କରିବାକୁ ଅପିଲ୍ ଉପରେ ଆୟୋଗଙ୍କ ପକ୍ଷରୁ ନୋଟିସ୍ ଆସିଥିଲା । ଯଦି ଏମିତି ତେବେ ବିଜେପିର ପ୍ରତିଟି ନେତାଙ୍କୁ ଏହି ପରି ନୋଟିସ୍ ମିଳିବାର ଥିଲା । ମମତା ବାନାର୍ଜୀଙ୍କ ଖୁବ୍ ପ୍ରଶଂସା କରି ପିକେ କହିଛନ୍ତି, ଦିଦିଙ୍କ ସହ ମିଶି କାମ କରିବା ମୋ ପାଇଁ ଖୁସିର କଥା । ରାଜନୈତିକ ଦଳଗୁଡିକୁ ନିର୍ବାଚନ ଆୟୋଗର ଏହି ଧରଣର କାମ ବିରୋଧରେ ଏକଜୁଟ ହେବା ଉଚିତ୍ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି ।

ନନ୍ଦିଗ୍ରାମରେ ମମତା ବାନାର୍ଜୀ ପଛୁଆ ରହିବା ନେଇ ପିକେ କହିଛନ୍ତି ଯେ, ନିଃସନ୍ଦେହ ଦିଦି ସେଠାରେ ନିର୍ବାଚନ ଜିତିବେ । ବିଜେପି ପଶ୍ଚିମବଙ୍ଗରେ ଭୁଲ୍ ପ୍ରୋପାଗାଣ୍ଡା ପ୍ରଚାର କରିଥିଲା । ଏହାର ପରିଣାମ ବିଜେପିକୁ ଭୋଗିବାକୁ ପଡିଲା ବୋଲି ପ୍ରଶାନ୍ତ କିଶୋର କହିଛନ୍ତି ।

   Related Posts