ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ କହିଲେ ପ୍ରଶାନ୍ତ କିଶୋର, ମେ ୨ରେ ମୋର ପୂର୍ବ ଟ୍ଵିଟ୍‌କୁ ମନେ ପକାଇ ଦେବେ

Published By : Prameya-News7 Bureau | February 27, 2021 IST

କୋଲକାତା ୨୭।୦୨: ତାରିଖ ଘୋଷଣା ସହିତ ପଶ୍ଚିମବଙ୍ଗ ନିର୍ବାଚନୀ ରଣାଙ୍ଗନରେ ପରିଣତ ହୋଇଛି। ଏହା ମଧ୍ୟରେ ତୃଣମୂଳ କଂଗ୍ରେସ ପାଇଁ ପଶ୍ଚିମବଙ୍ଗରେ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର କହିଛନ୍ତି, ଭାରତରେ ଗଣତନ୍ତ୍ର ପାଇଁ ପ୍ରମୁଖ ଲଢେଇ ପଶ୍ଚିମବଙ୍ଗରେ ଲଢାଯିବ। ମାର୍ଚ୍ଚ ୨୭ରୁ ଆରମ୍ଭ ହେଉଥିବା ପଶ୍ଚିମବଙ୍ଗ ନିର୍ବାଚନ ଠିକ୍ ପୂର୍ବରୁ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଟ୍ଵିଟ୍ କରି କହିଛନ୍ତି, ପଶ୍ଚିମବଙ୍ଗ କେବଳ ନିଜ ଝିଅକୁ ଚାହୁଁଛି। କେବଳ ଏତିକି ନୁହେଁ, ସେ ନିଜର ଏକ ପୁରୁଣା ଟ୍ଵିଟ୍‌ ଉପରେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଉକ୍ତ ଟ୍ଵିଟ୍‌ରେ ପ୍ରଶାନ୍ତ କିଶୋର କହିଥିଲେ ଯେ, ବିଜେପିକୁ ୯୯ରୁ ଅଧିକ ଆସନ ମିଳିବ ନାହିଁ।

ଶନିବାର ନିଜର ଏକ ଟ୍ଵିଟ୍‌ରେ ପ୍ରଶାନ୍ତ କିଶୋର କହିଛନ୍ତି, ଭାରତରେ ଗଣତନ୍ତ୍ର ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଲଢେଇ ପଶ୍ଚିମବଙ୍ଗରେ ଲଢାଯିବ। ପଶ୍ଚିମବଙ୍ଗ କେବଳ ନିଜର ଝିଅ ଚାହୁଁଛି। ବଙ୍ଗାଲର ଲୋକେ ନିଜର ସନ୍ଦେଶ ସହିତ ପ୍ରସ୍ତୁତ ଅଛନ୍ତି ଏବଂ ନିଜର ରାଇଟ୍‌ କାର୍ଡ ଦେଖାଇବାକୁ ଦୃଢ ସଂକଳ୍ପ ରହିଛନ୍ତି।

wp:html /wp:html

ପ୍ରଶାନ୍ତ କିଶୋର ନିଜର ଏହି ଟ୍ଵିଟ୍‌ରେ ପୂର୍ବଥର କରିଥିବା ଦାବିକୁ ଦୋହରାଇଛନ୍ତି। ସେ ଡିସେମ୍ବର ୨୧ରେ କରିଥିବା ଏକ ଟ୍ଵିଟ୍‌କୁ ପୁଣି ଥରେ ଦୋହରାଇ ଦାବି କରିଥିଲେ ଯେ, ପଶ୍ଚିମବଙ୍ଗରେ ବିଜେପି ୯୯ରୁ ଅଧିକ ଆସନ ଜିତିଲେ ସେ ନିର୍ବାଚନୀ ରଣନୀତିକାର କାମ ଛାଡି ଦେବେ। ଏହି ଟ୍ଵିଟ୍‌କୁ ମନେ ପକାଇ ପ୍ରଶାନ୍ତ କିଶୋର ଶନିବାର କହିଛନ୍ତି, ମେ ୨ର ଫଳାଫଳ ଆସିବା ପରେ ଆପଣ ମୋତେ ମୋର ଗତ ଟ୍ଵିଟ୍‌କୁ ମନେ ପକାଇ ଦେବେ।

ଉଲ୍ଲେଖଯୋଗ୍ୟ, ଗତ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ୧୮ଟି ଆସନ ଜିତିବା ପରେ ମମତା ବାନାର୍ଜୀ ପ୍ରଶାନ୍ତ କିଶୋରଙ୍କ କମ୍ପାନୀ ଆଇ-ପାକ୍‌କୁ ନିଜର ନିର୍ବାଚନୀ ରଣନୀତିକାରର ଦାୟିତ୍ଵ ଦେଇଛି। ପ୍ରଶାନ୍ତ କିଶୋରଙ୍କ ଏହି ଦାବି ଏମିତି ସମୟରେ ଆସିଥିଲା, ଯେବେ ଅମିତ୍ ଶାହା ଦାବି କରିଥିଲେ ଯେ, ତାଙ୍କ ପାର୍ଟି ପଶ୍ଚିମବଙ୍ଗ ବିଧାନସଭାରେ ୨୦୦ରୁ ଅଧିକ ସିଟ୍ ଜିତି ସରକାର ଗଢିବ। ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ଆଠଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ଭୋଟ୍ ଗଣତି ବାକି ୪ ରାଜ୍ୟ ସହିତ ମେ ୨ରେ କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.