Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ବଢିଲା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମସ୍ୟା, ନିର୍ବାଚନ ପୂର୍ବରୁ ଅମରିନ୍ଦର ସିଂହଙ୍କୁ ଛାଡିଲେ ପ୍ରଶାନ୍ତ କିଶୋର

5/08/2021 at 9:26 PM

ଚଣ୍ଡିଗଡ଼ ୫।୮: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଗୁରୁବାର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ସୂଚିତ କରିଦେଇଛନ୍ତି। ଗତ ମାର୍ଚ୍ଚ ୨ ତାରିଖରେ ପ୍ରଶାନ୍ତ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ। ସେବେଠାରୁ ତାଙ୍କୁ ରାଜ୍ୟରେ କ୍ୟାବିନେଟ୍‌ ପାହ୍ୟା ମଧ୍ୟ ପ୍ରଦାନ କରାଯାଇଥିଲା। ଏହା ବାଦେ ସେ ପଦରୁ ଇସ୍ତଫା ଦେଇଥିବା ବେଳେ ଏଥିଲାଗି କାରଣ ମଧ୍ୟ ଦର୍ଶାଇଛନ୍ତି।

ପ୍ରଶାନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ସାର୍ବଜନିକ ଜୀବନରେ ଅସ୍ଥାୟୀ ଅବକାଶ ଲାଗି ନିର୍ଣ୍ଣୟ ଯୋଗୁ ମୁଖ୍ୟ ପରାମର୍ଶଦାତା ଭାବେ ଦାୟିତ୍ୱ ତୁଲାଇବାକୁ ଅକ୍ଷମ ବୋଲି ଉଲ୍ଲେଖ କରିଛନ୍ତି। ସେହିପରି ସେ ନିଜ ଭବିଷ୍ୟତର କାର୍ଯ୍ୟ ଲାଗି ମୋତେ ଏବେ ନିଷ୍ପତ୍ତି ନେବାର ଅଛି। ଏଣୁ ଦୟାକରି ଦାୟିତ୍ୱରୁ ମୁକ୍ତ କରିବା ଲାଗି କୃପା କରନ୍ତୁ ବୋଲି କହିଛନ୍ତି। ତେବେ ଏଥିଲାଗି ତାଙ୍କୁ ବିଚାରକୁ ନେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ତେବେ ସୁତ୍ରରୁ ମିଳୁଥିବା ସୂଚନାରୁ ଯଦିଓ ମୁଖ୍ୟମନ୍ତ୍ରୀ ତାଙ୍କୁ ନିଜର ପରାମର୍ଶଦାତା ନିଯୁକ୍ତ କରିଥିଲେ ହେଲେ ନିଯୁକ୍ତି ଦିନଠାରୁ ଏପର୍ଯ୍ୟନ୍ତ ଦିନକ ଲାଗି ତାଙ୍କ ସହ ପରାମର୍ଶ ମଧ୍ୟ କରି ନାହାନ୍ତି। ଏଣୁ ପଦବୀରେ ଥାଇ ମଧ୍ୟ  ପ୍ରଶାନ୍ତ କେବେ ଦାୟିତ୍ୱ ହିଁ ଗ୍ରହଣ କରି ନଥିଲେ।  ଗତ ୨୦୧୭ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ ଅମରିନ୍ଦରଙ୍କର ନିର୍ବାଚନ ଦାୟିତ୍ୱ ତୁଲାଇଥିଲେ। ରାଜ୍ୟରେ କଂଗ୍ରେସ ସରକାରକୁ ଆସିଥିଲା ମଧ୍ୟ। ହେଲେ ଆଗକୁ ୨୦୨୨ ନିର୍ବାଚନ ଥିବା ବେଳେ ପଦଛାଡିବା ଏବେ ଚର୍ଚ୍ଚାକୁ ଖୋରାକ ଯୋଗାଉଛି। ତେବେ ପ୍ରଶାନ୍ତ ଜାତୀୟ କଂଗ୍ରେସରେ ଯୋଗ ଦେଉଥିବାର ଏବେ ଚର୍ଚ୍ଚା ଜୋର ଧରିଛି।

   Related Posts