Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସେମାନେ ଏବେ ଅଛନ୍ତି, ଆଗକୁ ରହିବେ ଓ ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ଲଢିବେ, ହେଲେ ବାସ୍ତବତାକୁ ବୁଝୁ ନାହାନ୍ତି ରାହୁଲ ଗାନ୍ଧି: ପ୍ରଶାନ୍ତ କିଶୋର

28/10/2021 at 3:42 PM

ଗୋଆ ୨୮।୧୦:  ଭାରତୀୟ ରାଜନୀତିରେ ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ବିଜେପି ସକ୍ରିୟ ରହିବ। ଏହା କହିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ହେଲେ ରାହୁଲଙ୍କ ଠାରେ ଏହା ହିଁ ସମସ୍ୟା ଯେ ସେ ବାସ୍ତବତାକୁ ବୁଝିବାକୁ ଚାହୁଁନାହାନ୍ତି। ଗୋଆରେ ପ୍ରଶାନ୍ତ କିଶୋରଙ୍କ ଏହି ଭାଷଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ସେ କହିଛନ୍ତିଯେ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଭାରତୀୟ ରାଜନୀତିର କେନ୍ଦ୍ର ରହିବ  ବିଜେପି।  ଆଗାମୀ ନିର୍ବାଚନମାନଙ୍କରେ ହାରୁ ଅଥବା ଜିତୁ ସ୍ୱାଧୀନତା ପରବର୍ତ୍ତି ୪୦ ବର୍ଷ କଂଗ୍ରେସ ଲାଗି ଯେପରି ଥିଲା ଏବେକା ରାଜନୈତିକ ମାହୋଲ ବିଜେପି ଲାଗି ଠିକ୍ ସେହିପରି ରହିଛି।

ରାହୁଲ ଗାନ୍ଧିଙ୍କୁ ଲାଗୁଛି ଯେପରି ଏହା ମାତ୍ର କିଛି ସମୟର କଥା। ଲୋକେ ଶାସନରୁ ସମୂଳେ ବିଜେପିକୁ ଉପାଡି ଫିଙ୍ଗି ଦେବେ। ତେବେ ବାସ୍ତବିକତା ହେଉଛି ଏପରି କିଛି ବି ହେବନି। ପ୍ରଶାନ୍ତ କିଶୋର କହିଛନ୍ତି ଯେ ଯେଉଁ ଦଳ ଥରେ ନିର୍ବାଚନରେ ୩୦ ପ୍ରତିଶତ ଭୋଟ ନେଇ ଆସିଛି ସେ ଆଉ ସହଜରେ ହଟି ନାହିଁ। ହୁଏତ ଲୋକେ ପ୍ରଧାନମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀଙ୍କୁ ନାକାରି ଦେଇପାରନ୍ତି ହେଲେ ବିଜେପି କେଉଁ ଆଡେ ଯିବ ନାହିଁ । ସେମାନେ ଏବେ ଅଛନ୍ତି, ଆଗକୁ ରହିବେ ଓ ଆଗାମୀ ଅନେକ ଦଶକ ପର୍ଯ୍ୟନ୍ତ ଲଢିବେ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର।

ଦେଶରେ ନିର୍ବାଚନ ରଣନୀତିକାର ଭାବେ ନିଜ ଲାଗି ପରିଚୟ ସୃଷ୍ଟି କରିପାରିଥିବା ପ୍ରଶାନ୍ତ କିଶୋର ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ଲାଗି ରଣନୀତି ପ୍ରସ୍ତୁତ କରିଥିଲେ। ମମତା ତାଙ୍କ ନିର୍ଦ୍ଦେଶିତ ମାର୍ଗରେ ଚାଲି ରାଜ୍ୟରେ କେବଳ ବିଜେପି ନୁହେଁ କେନ୍ଦ୍ରୀୟ ନେତୃତ୍ୱ ଲାଗି ଚାଲେଞ୍ଜ ହୋଇପାରିଥିଲେ। କେବଳ ବେଙ୍ଗଲ ନୁହେଁ ତାମିଲନାଡୁ ନିର୍ବାଚନରେ ମଧ୍ୟ ଏମ.କେ.ଷ୍ଟାଲିନଙ୍କ ବିଜୟ ମାର୍ଗ ପ୍ରଶସ୍ତ କରିଥିଲେ ପ୍ରଶାନ୍ତ କିଶୋର। ହେଲେ କଂଗ୍ରେସ ଓ ରାହୁଲଙ୍କୁ ନେଇ ସେ ଏବେବି ଅସମଞ୍ଜସରେ ଅଛନ୍ତି।

ନିକଟରେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ପ୍ରଶାନ୍ତ ନିଷ୍ପତ୍ତିରୁ ଓହରି ଯିବା ସହ କଂଗ୍ରେସ ଛାଡି ଦେଇଛନ୍ତି। କଂଗ୍ରେସ ସହ ସେ ଆଗକୁ ଅଧିକ ବାଟ ଚାଲିପାରିବେନି ବୋଲି କହିଛନ୍ତି। ଚଳିତମାସ ପ୍ରାରମ୍ଭରେ ପ୍ରଶାନ୍ତ କଂଗ୍ରେସର ବଡ ସମସ୍ୟା ଗୁଡିକ ପ୍ରତି ଦଳୀୟ ନେତୃତ୍ୱଙ୍କ ଧ୍ୟାନ ବି ଆକର୍ଷଣ କରିଥିଲେ। ହେଲେ ନିଜର ଘରର ସମସ୍ୟା ସମାଧାନରେ କଂଗ୍ରେସ ଅକ୍ଷମ ଜାଣିବା ପରେ ପ୍ରଶାନ୍ତ କଂଗ୍ରେସ ପଟରୁ ମୁହଁ ଫେରାଇ ନେଇଥିଲେ।  

   Related Posts