Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ: କହିଲେ, ବିଜେପି କିଛି ଦଶକ ଯାଏଁ କ୍ଷମତାରୁ ଯିବନାହିଁ, ଦ୍ୱନ୍ଦ୍ୱରେ ରାହୁଲ

28/10/2021 at 3:04 PM

ନୂଆଦିଲ୍ଲୀ ୨୮/୧୦ : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଗୁରୁବାର ଦିନ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଅନେକ ଦଶକ ଯାଏଁ କ୍ଷମତାରୁ ଯିବନାହିଁ। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଦ୍ବନ୍ଦ୍ବ ସ୍ଥିତିରେ ଅଛନ୍ତି। ଗୋଆରେ ଏକ କାର୍ଯ୍ୟକ୍ରମ ବେଳେ ଖ୍ୟାତନାମା ହସ୍ତୀଙ୍କ ସହ କଥା ହେଲାବେଳେ ପ୍ରଶାନ୍ତ କିଶୋର ଏହି ଭବିଷ୍ୟବାଣୀ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ପ୍ରଶାନ୍ତ କିଶୋର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ପ୍ରାୟ ଦୁଇ ମାସ ପୂର୍ବରୁ ସେ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା।

ପ୍ରଶାନ୍ତ କିଶୋରଙ୍କ ଏହି ବୟାନ ଏମିତି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଆସନ୍ତା ବର୍ଷ ଆରମ୍ଭରେ ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି। ଏହା ପୂର୍ବରୁ ପ୍ରଶାନ୍ତ କିଶୋର ଲଖିମପୁର ଖେରି ହିଂସାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ।

ପ୍ରଶାନ୍ତ କିଶୋର କହିଛନ୍ତି, ଯେଉଁମାନଙ୍କୁ ଲାଗୁଛି ଯେ ଲଖିମପୁର କାଣ୍ଡ କାରଣରୁ କଂଗ୍ରେସ ନେତୃତ୍ୱରେ ବିରୋଧୀ ଶୀଘ୍ର ଫେରିବେ ତାହେଲେ ଏହା ତାଙ୍କର ଭୁଲ ଧାରଣା। ପ୍ରଶାନ୍ତ କିଶୋରଙ୍କ ଅନୁଯାୟୀ, ଦୁର୍ଭାଗ୍ୟବଶତଃ କଂଗ୍ରେସର ଗଭୀର ସମସ୍ୟାର କୌଣସି ତତ୍କାଳୀନ ସମାଧାନ ନାହିଁ। ପିକେ କଂଗ୍ରେସର ନାଁ ନନେଇ ଦଳକୁ GOP ଅର୍ଥାତ ଗ୍ରାଣ୍ଡ ଓଲ୍ଡ ପାର୍ଟି କହିଛନ୍ତି।

୨୦୧୪ ରେ ବିଜେପିର ନିର୍ବାଚନ ପ୍ରଚାର କାମ ଦେଖିବା ପରେ ଲଗାତାର ପ୍ରଶାନ୍ତ କିଶୋରଙ୍କ ପ୍ରଭାବ ବଢ଼ିବାରେ ଲାଗିଛି। ଅନେକ ରାଜନୈତିକ ଦଳ ପିକେଙ୍କୁ ନିଜ ଦଳରେ ସାମିଲ କରିବାକୁ ପ୍ରସ୍ତୁତ ଅଛନ୍ତି। ୨୦୧୪ ରେ ବିଜେପି ପାଇଁ କାମ କରିବା ପରେ ପିକେ ଜେଡିୟୁରେ ସାମିଲ ହୋଇଥିଲେ ଓ ଦଳର ଉପାଧ୍ୟକ୍ଷ ଥିଲେ। ଉତ୍ତର ପ୍ରଦେଶରେ ଗତ ବିଧାନସଭା ନିର୍ବାଚନ ସମୟରେ ସେ କଂଗ୍ରେସ ସହ କାମ କରିଥିଲେ। ସେ ପଞ୍ଜାବରେ ଦଳକୁ ସହାୟତା ମଧ୍ୟ କରିଥିଲେ ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପରାମର୍ଶଦାତା ଥିଲେ।

ତାଛଡା ପଶ୍ଚିମବଙ୍ଗ ନିର୍ବାଚନରେ ମମତା ବାନାର୍ଜୀ, ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜ୍ରିୱାଲ, ତାମିଲନାଡୁ ବିଧାନସଭା ନିର୍ବାଚନରେ ଏମକେ ଷ୍ଟାଲିନ, ଆନ୍ଧ୍ର ପ୍ରଦେଶରେ ଜଗନମୋହନ ରେଡ୍ଡୀଙ୍କ ସହ ମଧ୍ୟ ସେ କାମ କରିଛନ୍ତି।

   Related Posts