Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଜରିମନା ଦେବାର ଅର୍ଥ ନୁହେଁ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ମାନି ନେଇଛି : ପ୍ରଶାନ୍ତ ଭୂଷଣ

14/09/2020 at 4:07 PM

ନୂଆଦିଲ୍ଲୀ ୧୪।୯: ନ୍ୟାୟାଳୟ ଅବମାନା ମାମଲାରେ ମୁହଁ ଖୋଲିଲେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ। ମମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସାଙ୍କେତିକ ଜରିମନା ପୈଠ କରିବାର ଅର୍ଥ ନୁହେଁ ନିଷ୍ପତ୍ତିକୁ ମୁଁ ସ୍ୱୀକାର କରିଛି। ସେ ଏହାର ପୁନର୍ବିଚାର ନିବେଦନ ଦାଖଲ କରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି।  ପ୍ରଶାନ୍ତ ଭୂଷଣଙ୍କ ଦୁଇଟି ଟ୍ୱିଟ୍‌କୁ କୋର୍ଟ ନ୍ୟାୟାଳୟ ଅବମାନନା ଭାବେ ଦେଖିବା ସହ ଏଥିଲାଗି ତାଙ୍କ ଉପରେ ୧ ଚଙ୍କାର ସାଙ୍କେତିକ ଜରିମନା ନିର୍ଦ୍ଦେଶ ଦେଇଥିଲେ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ରେଜିଷ୍ଟ୍ରିରେ ଜରିମାନା ଦାଖଲ କରିଥିବା ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ଏହି ଜରିମନା ଦାଖଲ ଲାଗି ଦେଶର କୋଣ ଅନୁକୋଣରୁ ତାଙ୍କୁ ଯୋଗଦାନ ମିଳିବାରେ ଲାଗିଛି। ଯାହାକୁ ନେଇ ସେ ‘ଟ୍ରୁଥ୍ ଫଣ୍ଡ’ (ସତ୍ୟନିଧି) ନାମରେ ଏକ ପାଣ୍ଠି ଗଠନ କରିବେ ଓ ଏଥିରେ ଯେଉଁମାନେ ଅସହମତିପୂର୍ଣ୍ଣ ରାୟ ବ୍ୟକ୍ତ କରିବା ଯୋଗୁ  ମକଦ୍ଦମାର ସମ୍ମୁଖୀନ ହୋଇଛନ୍ତି ସେମାନଙ୍କ ଲାଗି ଆଇନଗତ ସହାୟତା ଯୋଗାଇ ଦେବା ଲାଗି ଖର୍ଚ୍ଚ କରିବେ ବୋଲି କହିଛନ୍ତି।

ପ୍ରଶାନ୍ତ ଭୂଷଣ ମାମଲାରେ ସୋମବାର କୋର୍ଟରେ ଏକ ରିଟ୍‌ ପିଟିସନ ଦାଖଲ କରିଥିବା ଗଣ ମାଧ୍ୟମକୁ କହିଛନ୍ତି। ଏଥିରେ ଅବମାନନା ଲାଗି ଦଣ୍ଡବିଧାନ କ୍ଷେତ୍ରରେ ଅପିଲ କରିବା ଲାଗି ପ୍ରକ୍ରିୟା ବ୍ୟବସ୍ଥା କରିବାକୁ କୋର୍ଟଙ୍କୁ ନିବେଦନ କରିଥିବା କହିଛନ୍ତି। ଏହି ଅବସରରେ ସେ ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦ୍ ଗିରଫଦାରୀ ସମ୍ପର୍କରେ ମଧ୍ୟ କହିଥିଲେ। ଏଥିରେ ସରକାର ସମାଲୋଜନାରୁ ବର୍ତ୍ତିବା ଲାଗି ସବୁ ପ୍ରକାର ବ୍ୟବସ୍ଥା କରି ରଖିଥିବା କହିଛନ୍ତି।

   Related Posts