Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପେଗାସସ୍ ମାମଲା: NSA ସଚିବାଳୟର ବଜେଟ୍ ସେୟାର କରି କେନ୍ଦ୍ରକୁ ଘେରିଲେ ପ୍ରଶାନ୍ତ ଭୂଷଣ, କହିଲେ ସଫ୍ଟୱେର ଲାଗି ଖର୍ଚ୍ଚ ହୋଇଛି ୧୦୦ କୋଟି ଟଙ୍କା

23/07/2021 at 3:41 PM

ନୂଆଦିଲ୍ଲୀ ୨୩।୭: ପେଗାସସ୍ ବିବାଦରେ ଓକିଲ ପ୍ରଶାନ୍ତ ଭୂଷଣ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ରରେ କିଛି ଡକ୍ୟୁମେଣ୍ଟ ସେୟାର କରି ଏନଏସଏ ସଚିବାଳୟର ଅଚାନକ ବଜେଟ୍‌ ବୃଦ୍ଧି ସମ୍ପର୍କରେ ସୂଚିତ କରିଛନ୍ତି।  ସେ ଉଲ୍ଲେଖ କରିଛନ୍ତି ଯେ ଜାତୀୟ ସୁରକ୍ଷା ପରାମର୍ଷଦାତା (ଏନଏସଏ)ଙ୍କ ପରିଚାଳିତ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସଚିବାଳୟର ୨୦୧୬-୧୭ବର୍ଷରେ ୩୩ କୋଟି ଥିଲା। ତେବେ ୨୦୧୭-୧୮ରେ ୩୩୩କୋଟିରେ ପହଞ୍ଚି ଯାଇଛି। ଏଥିରୁ ଦୁଇ ତୃତୀୟାଂଶ ସାଇବର ସିକ୍ୟୁରିଟି ଗବେଷଣା ଲାଗି ଥିବା ବେଳେ ବାକି ଅର୍ଥରେ ଜଜ୍‌, ନିର୍ବାଚନ କମିସନ, ଆକ୍ଟିଭିଷ୍ଟ ଓ ସାମ୍ବାଦିକଙ୍କ ଗୁଇନ୍ଦାଗିରି ଲାଗି ପେଗାସସ୍‌ କ୍ରୟ ଲାଗି ଖର୍ଚ୍ଚ  ହୋଇଥିବା ଉଲ୍ଲେଖ କରିଛନ୍ତି।

ପ୍ରଶାନ୍ତ ଭୂଷଣ ସେୟାର କରିଥିବା ତଥ୍ୟରେ ୨୦୧୧-୧୨ ଆର୍ଥିକ ବର୍ଷରେ ଏନଏସଏ ସଚିବାଳୟର ବଜେଟ୍ ୧୭.୪୩ କୋଟି ଟଙ୍କା ଥିଲା। ୨୦୧୨-୧୩ରେ ଏହା ବଢି ୨୦.୩୩ କୋଟିକୁ ପହଞ୍ଚିଥିଲା। ୨୦୧୩-୧୪ରେ ବିଭାଗକୁ ୨୦.୬ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ୨୦୧୪-୧୫ରେ ୪୪.୪୬କୋଟି ଓ ୨୦୧୬-୧୭ରେ ୩୩ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ତେବେ ୨୦୧୭-୧୮ରେ ୩୩୩ କୋଟି ଟଙ୍କା କରାଯାଇଥିବା ବେଳେ ୨୦୨୧ରେ ୨୨୮.୭୨ କୋଟି ଟଙ୍କା ହୋଇଛି।

ଜାତୀୟ ସୁରକ୍ଷା ପରିଷଦଙ୍କ ଅଚାନକ ବଜେଟ୍ ବୃଦ୍ଧିରେ ଏବେ ସମସ୍ତଙ୍କ ନଜର ସରକାରଙ୍କ ଉପରକୁ ଉଠିବା ସ୍ୱଭାବିକ। ଏଥିରେ ପ୍ରଶାନ୍ତ ଭୂଷଣଙ୍କ ଟ୍ୱିଟ୍‌କୁ ନେଇ ଲୋକେ ମନ୍ତବ୍ୟ ମଧ୍ୟ ଦେବା ଆରମ୍ଭ କରିସାରିଲେଣି। କେହି କେହି ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି ଏବେ କହୁଥିବା ବେଳେ ଆଉ କେହି ଏହି ସବୁ ତଥ୍ୟର ସତ୍ୟତା ନେଇ ପ୍ରଶ୍ନ ଉଠାଉଛନ୍ତି। ତେବେ ଯାହା ହେଉ ସରକାର ରାଷ୍ଟ୍ରବିରୋଧୀ ତତ୍ୱଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ବଜେଟ ବଢାଇଥିବାରୁ ସନ୍ତୋଷବ୍ୟକ୍ତ ମଧ୍ୟ କରୁଛନ୍ତି। ସେପଟେ ପେଗାସସ୍‌କୁ ନେଇ ସରକାରଙ୍କ ଜଟିଳତା ବେଳକୁ ବେଳ  ବଢିବାରେ ଲାଗିଛି। ସଂସଦର ମୌସୁମୀ ଅଧିବେଶନରେ ବିରୋଧୀ ଦଳ ଏବେ ଏହାଉପରେ କେନ୍ଦ୍ରିତ ହୋଇଯାଇଥିବା ବେଳେ ସରକାର ସବୁ ଅଭିଯୋଗକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଚାଲିଛନ୍ତି ହେଲେବି ବିବାଦ ଲାଗି ରହିଛି। କଂଗ୍ରେସ ସାଂସଦ କପିଲ ଶିବଲ ମାମଲାରେ ସୁପ୍ରିମକୋର୍ଟଙ୍କ ଦଖଲ ଦାବି କରିଥିବା ବେଳେ ମାମଲାର ଯା଼୍ଚ ନିର୍ଦ୍ଦେଶ ଲାଗି ନିବେଦନ କରିଛନ୍ତି।     

   Related Posts