Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ନ୍ୟାୟପାଳିକା ଅବମାନନା ମାମଲା: ସୁପ୍ରିମକୋର୍ଟରେ ସୋମବାର ପ୍ରଶାନ୍ତ ଭୂଷଣଙ୍କ ଦଣ୍ଡଶୁଣାଣି, ଜାଣନ୍ତୁ କ’ଣ ହୋଇପାରେ ଦଣ୍ଡ

30/08/2020 at 4:50 PM

ନୂଆଦିଲ୍ଲୀ ୩୦।୮:  ନ୍ୟାୟପାଳିକାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଲାଗି ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ୩୧ ଅଗଷ୍ଟ ସୋମବାର ମାମଲାରେ ଦଣ୍ଡ ଶୁଣାଣି ହେବ। ଏଣୁ ସାରା ଦେଶର ନଜର ଏବେ କୋର୍ଟଙ୍କ ଉପରେ ରହିଛି। ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଅଋଣ ମିଶ୍ରଙ୍କ ଖଣ୍ଡପୀଠ ଅଗଷ୍ଟ ୨୫ ତାରିଖରେ ମାମଲାର ଶେଷ ଶୁଣାଣି କରିଥିଲେ। ତେବେ ମନ୍ତବ୍ୟ ଲାଗି ପ୍ରଶାନ୍ତ ଭୂଷଣ କ୍ଷମାଯାଚନା କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।

ଗତ ଅଗଷ୍ଟ ୧୪ ତାରିଖରେ ପ୍ରଶାନ୍ତ ଭୂଷଣ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ନ୍ୟାୟପାଳିକାଙ୍କ ଲାଗି ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏ ନେଇ ତାଙ୍କ ବିରୋଧରେ ନ୍ୟାୟାଳୟ ଅବମାନନା ମୋକଦ୍ଦମା ରୁଜୁ ହୋଇଥିବା ବେଳେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ମାମଲାରେ ଦଣ୍ଡ ଶୁଣାଣି ହୋଇ ନାହିଁ। ଗତ ୨୫ ଅଗଷ୍ଟ ଶୁଣାଣିରେ ଜଷ୍ଟିସ୍ ଅଋଣ ମିଶ୍ରଙ୍କ ଖଣ୍ଡପୀଠ ନିଜ ନିଷ୍ପତ୍ତିର ତର୍ଜମା ଲାଗି ପ୍ରଶାନ୍ତ ଭୂଷଣଙ୍କୁ ୩୦ ମିନିଟ୍‌ ସମୟ ମଧ୍ୟ ଦେଇଥିଲେ। ହେଲେ ପ୍ରଶାନ୍ତ ଭୂଷଣ କ୍ଷମା ମାଗିବେ ନାହିଁ ବୋଲି ନିଜ ଜିଦରେ ଅଟଳ ଅଛନ୍ତି।

ନ୍ୟାୟପାଳିକା ଅବମାନନା ଲାଗି ପ୍ରଶାନ୍ତ ଭୂଷଣଙ୍କୁ କୋର୍ଟ ହୁଏତ  ୬ ମାସ ଜେଲ  ଅଥବା ୨ହଜାର ଟଙ୍କା ପର୍ଯ୍ୟନ୍ତ ଜରିମନା ଦଣ୍ଡାଦେଶ କରିପାରନ୍ତି।  ହେଲେ ଏହା ସମସ୍ୟା ସମାଧାନର ବାଟ ନୁହେଁ ବୋଲି ଗତ ଶୁଣାଣିରେ ଜଷ୍ଟିସ ମିଶ୍ର କହିଥିଲେ।  ସେ କହିଥିଲେ ଯେ ବିଚାରପତିମାନଙ୍କୁ ନିନ୍ଦା କରାଯାଉଛି ଓ ସେମାନଙ୍କ ପରିବାର ଲୋକଙ୍କୁ ଅପମାନିତ କରାଯାଉଛି। ଦେଶରେ କେଉଁ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିଥିବ ବୋଲି ସେ ପ୍ରଶ୍ନ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ପ୍ରଶାନ୍ତ ଭୂଷଣ ତାଙ୍କ ନିଷ୍ପତ୍ତିରେ ଟଳି ନାହାନ୍ତି। ତେବେ ପ୍ରସଙ୍ଗରେ ପ୍ରଶାନ୍ତ ଭୂଷଣ ନିରପେକ୍ଷ ହୁଅନ୍ତୁ ବୋଲି ତାଙ୍କ ଓକିଲଙ୍କୁ କହିଥିଲେ କୋର୍ଟ।

ତେବେ ପ୍ରଶାନ୍ତ ଭୂଷଣଙ୍କ ଓକିଲ ପ୍ରସଙ୍ଗରେ ତାଙ୍କ ତର୍କ ରଖି କହିଥିଲେ ଯେ କାହାରିକୁ ଅବମାନନା ଲାଗି କ୍ଷମାଯାଚନା ନିମନ୍ତେ ବାଧ୍ୟ କରାଯାଇ ନପାରେ। ସେହିପରି ସର୍ବୋଚ୍ଚ ନ୍ୟାୟାଳୟ ଲୋକଙ୍କୁ କୋଡ ଅଫ କଣ୍ଡକ୍ଟର ପରାମର୍ଶ ଦେଇ ପାରନ୍ତି, ହେଲେ ବିଚାର ପ୍ରଶାନ୍ତ ଭୂଷଣଙ୍କୁ ଚୁପ କରିବା ଲାଗି ନ ହେଉ ବୋଲି କୋର୍ଟଙ୍କୁ ନିବେଦନ କରିଥିଲେ। ତେବେ ଟ୍ୱିଟ୍‌ ଲାଗି କ୍ଷମାଯାଚନା ନିମନ୍ତେ ପ୍ରଶାନ୍ତ ଭୂଷଣ ଏତେ ଚିନ୍ତିତ କାହିଁକି ବୋଲି କୋର୍ଟ ପ୍ରଶ୍ନ କରିଥିଲେ ହେଲେ ତାହାର ଉତ୍ତର କୋର୍ଟଙ୍କୁ ମିଳି ନାହିଁ।  

   Related Posts