Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

୧ ଟଙ୍କା ଜରିମାନା ବିରୋଧରେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ପ୍ରଶାନ୍ତ ଭୂଷଣ

1/10/2020 at 12:25 PM

ନୂଆଦିଲ୍ଲୀ ୦୧/୧୦: ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଫଇସଲା ବିରୋଧରେ ଏକ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। କୋର୍ଟର ଅବମାନନା ଯୋଗୁ ତାଙ୍କୁ ଦୋଷୀ କରାଯାଇଥିଲା। ଯାହା ପରେ ତାଙ୍କ ଉପରେ ଏକ ଟଙ୍କା ଜରିମାନା ଦେବା ପାଇଁ କୋର୍ଟ ଆଦେଶ ଦେଇଥିଲେ।ତେବେ କୋର୍ଟ ଆଦେଶ ପରେ ଯଦିଓ ସେ ଜରିମାନା ଭରିଥିଲେ କିନ୍ତୁ କୋର୍ଟର ଫଇସଲାକୁ ସେ କଦାପି ସ୍ବୀକାର କରି ନ ଥିବା ରୋକଠୋକ ଶୁଣାଇ ଥିଲେ। ଏହା ସହ ସେ ଏହା ବିରୋଧରେ କୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରି​ବେ କହିଥିଲେ।

ଅଗଷ୍ଟ ୩୧ରେ ସୁପ୍ରିମକୋର୍ଟ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ବୋଲି କହିଥିଲେ। ଏ ପାଇଁ ଟଙ୍କାଟିଏ ଜରିମାନା ଦେବା ପାଇଁ କୁହାଯାଇ ଥିଲା। ଯଦି ସେପ୍ଟେମ୍ବର ୧୫ ସୁଦ୍ଧା ଜରିମାନ ଦେବାରେ ବିଫଳ ହୁଅନ୍ତି ତେବେ ତାଙ୍କୁ ତିନିମାସ ଜେଲ ଦଣ୍ଡ ଓ ତିନିମାସ ପାଇଁ ପେଶରୁ ବଞ୍ଚିତ କରାଯିବ କୁହାଯାଇ ଥିଲା। ସୂଚନାଯୋଗ୍ୟ ୨୦୦୯ରେ ‘ତହଲକା’ ପତ୍ରିକାକୁ ସେ ଦେଇଥିବା ଏକ ସାକ୍ଷାତକାରରେ ଭାରତର ୧୬ ଜଣ ନ୍ୟାୟଧୀଶଙ୍କ ମଧ୍ୟରୁ ଅଧା ଭ୍ରଷ୍ଟ ଥିବା କହିଥିଲେ। ଏହି ପୁରୁଣା ଅବମାନନା ମାମଲାରେ ଏଭଳି ବୟାନ ସାମିଲ ଅଛି।

ଅବଶ୍ୟ ପ୍ରଶାନ୍ତ ଭୂଷଣ ଏକ ଟଙ୍କା ଜରିମାନାକୁ ବ୍ୟାଙ୍କ ଡ୍ରାଫ୍ଟ ମାଧ୍ୟମରେ ଭରିଥିଲେ। କାଉନସିଲ କହିଥିଲେ ଚିଠି ମିଳିବାର ୧୫ ଦିନ ମଧ୍ୟରେ କହିବାକୁ ହେବ ଧାରା ୩୫ ଓ  ଧାରା ୨୫ଏ (ପଞ୍ଜିକରଣ ରଦ୍ଧ କରିବା)ରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ପ୍ରଶାନ୍ତ ଭୂଷଣ ଟ୍ବିଟ୍ କରି ନୋଟିସ୍ ମିଳିଥିବା ନେଇ ସୂଚନା ଦେଇ ଥିଲେ। କାଉନସିଲ କହିଥିଲେ ଯଦି ଧାର୍ଯ୍ୟ ତାରିଖରେ ପ୍ରଶାନ୍ତ ଉପସ୍ଥିତ ନ ହୁଅନ୍ତି ତାହେଲେ ଏକପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

   Related Posts