Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

‘କଂଗ୍ରେସ କୌଣସି ଦୈବୀ ଶକ୍ତି ନୁହେଁ ଯେ କ୍ଷମତା ଜାବୁଡି ଧରିଥିବ, ୧୦ବର୍ଷ ଭିତରେ ୯୦ପ୍ରତିଶତ ନିର୍ବାଚନ ହାରିଛି ଦଳ’: ପ୍ରଶାନ୍ତ କିଶୋର

2/12/2021 at 4:26 PM

ନୂଆଦିଲ୍ଲୀ ୦୨/୧୨ : ପୁଣି ଟାର୍ଗେଟରେ ଗାନ୍ଧି ପରିବାର । ଏବେ ଅନ୍ୟ କେହି ନୁହେଁ ବରଂ ଏକଦା ଗାନ୍ଧି ପରିବାର ଘନିଷ୍ଠ ଥିବା ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ମମତା ବାନାର୍ଜୀଙ୍କ ପରେ ଏବେ ତାଙ୍କର ଅତି ଖାସ୍‌ କୁହାଯାଉଥିବା ରାଜନୈତିକ ରଣନୀତି ପ୍ରସ୍ତୁତକର୍ତ୍ତା ପ୍ରଶାନ୍ତ କିଶୋର ଗାନ୍ଧି ପରିବାରକୁ ଟାର୍ଗେଟ କରିଛନ୍ତି । ଦେଶରେ ବିରୋଧୀ ଦଳର ନେତୃତ୍ବଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଟ୍ବିଟ୍‌ କରି ପ୍ରଶାନ୍ତ କି​‌ଶୋର କହିଛନ୍ତି, ‘ଗତ ୧୦ ବର୍ଷ ମଧ୍ୟରେ କଂଗ୍ରେସ ଯେତେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛି ସେଥିମଧ୍ୟରୁ ୯୦ ପ୍ରତିଶତରେ ପରାଜିତ ହୋଇଛି । ଏଥିପାଇଁ କଂଗ୍ରେସ ନେତୃତ୍ବ ହିଁ ଦାୟୀ । ବିପକ୍ଷ ଦଳର ଦୃଢ ନେତୃତ୍ବର ଅଭାବ ଯୋଗୁଁ ଏଭଳି ପରିସ୍ଥିତି । ଗୋଟିଏ ମଜବୁତ ବିରୋଧୀ ଦଳ ପାଇଁ କିଏ କେଉଁଭଳି ଭାବେ ପ୍ରସ୍ତୁତି କରୁଛି ତାହା ମହତ୍ତ୍ବପୂର୍ଣ୍ଣ । କିନ୍ତୁ କଂଗ୍ରେସର ନେତୃତ୍ବ କୌଣସି ବ୍ୟକ୍ତି ବା ପରିବାରର ଐଶ୍ବରୀୟ ଶକ୍ତି ନୁହେଁ ଯେ ସେ କ୍ଷମତା ମାଡି ବସିବେ । ବିପକ୍ଷ ଦଳର ନେତୃତ୍ବକୁ ଲୋକତାନ୍ତ୍ରୀକ ଉପାୟରେ ନିର୍ଦ୍ଧାରଣ କରିବା ଉଚିତ ।’

ପ୍ରଶାନ୍ତ କିଶୋରଙ୍କ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସର ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ । କଂଗ୍ରେସକୁ କଟାକ୍ଷ କରି ଦିଦି କହିଥିଲେ, ଏବେ ୟୁପିଏ ଆଉ ପୂର୍ବ ଭଳି ନାହିଁ । ମମତା ବାନାର୍ଜୀ ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ବିପକ୍ଷରେ ତୃତୀୟ ସାମ୍ମୁଖ୍ୟ ଗଠନ କରିବା ପ୍ରସ୍ତୁତିରେ ଲାଗି ପଡିଛି । ବିଭିନ୍ନ ରାଜ୍ୟର ନେତୃତ୍ବଙ୍କୁ ଭେଟି ଆଗାମୀ ରଣନୀତି ପ୍ରସ୍ତୁତି କରିବାରେ ଲାଗିପଡିଛନ୍ତି ଦିଦି । କାରଣ କେଉଁଠି ନା କେଉଁଠି କଂଗ୍ରେସ ଆଉ ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ନାହିଁ କିମ୍ବା ଏହାର ନେତୃତ୍ବ ଲୋକଙ୍କ ବିଶ୍ବାସ ଜିତିବାରେ ସକ୍ଷମ ହୋଇପାରୁନି । ସେଥିପାଇଁ କଂଗ୍ରେସକୁ ଛାଡି ଦିଦି ଏବେ ବିଜେପି ବିପକ୍ଷରେ ଆଉ ଏକ ଗୋଷ୍ଠୀଙ୍କୁ ଏକାଠି କରିବାରେ ଲାଗିପଡିଛନ୍ତି ।

କିଛି ଦିନ ପୂର୍ବରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (NCP) ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କୁ ଭେଟି ଆଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶରଦ ପାଓ୍ବାରଙ୍କ ସହ ଆଲୋଚନା ବେଳେ, ସମସ୍ତ ବିପକ୍ଷଙ୍କୁ ଆଗାମୀ ନିର୍ବାଚନରେ ବିଜେପି ବିରୋଧରେ ଏକାଠୀ ହେବାକୁ ଆହ୍ବାନ ଦେବା ସହିତ ରଣନୀତି ପ୍ରସ୍ତୁତ କରିବାକୁ ଚର୍ଚ୍ଚା କରିଥିଲେ ମମତା ବାନାର୍ଜୀ ।  

   Related Posts