Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପଶ୍ଚିମବଙ୍ଗରେ ଜିତିବ ବିଜେପି, ମାନିଲେ ଟିଏମସି ରଣନୀତିଜ୍ଞ ପ୍ରଶାନ୍ତ କିଶୋର ! ଅଡିଓ ଲିକ୍ ପରେ ଚର୍ଚ୍ଚା ଜୋର୍

10/04/2021 at 11:17 AM

କୋଲକାତା,୧୦/୦୪:    ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଏହା ମଧ୍ୟରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ କିଛି ଅଡିଓ ରିଲିଜ୍ କରିଛନ୍ତି । ଏହି ଅଡିଓ କ୍ଲିପ୍ ମମତା ବାନାର୍ଜୀଙ୍କ ସହଯୋଗୀ ତଥା ଟିଏମସିର ମୁଖ୍ୟ ରଣନୀତି ବିଷାରଦ ପ୍ରଶାନ୍ତ କିଶୋରଙ୍କ ବୋଲି ସେ କହିଛନ୍ତି । ଅଡିଓ କ୍ଲିପରେ ବିଜେପି ପଶ୍ଚିମବଙ୍ଗରେ ଜିତୁଥିବା ପ୍ରଶାନ୍ତ ସ୍ୱୀକାର କରିଛନ୍ତି । ଏହାକୁ ନେଇ ବଙ୍ଗ ରାଜନୀତି ସରଗରମ  ହୋଇ ଉଠିଛି ।

ଅଡିଓ ଭାଇରାଲ ହେବା ପରେ ପ୍ରଶାନ୍ତ କହିଛନ୍ତି ଯେ, ବିଜେପି ତାଙ୍କ ଅଡିଓ କ୍ଲିପର ମାତ୍ର କିଛି ଅଂଶ ସେୟାର କରିଛି । ସମ୍ପୂର୍ଣ୍ଣ କଥାବାର୍ତ୍ତା ଜାରି କଲେ ସତ ସାମ୍ନାକୁ ଆସିବ ।

ଅମିତ ଶନିବାର ସକାଳେ ଗୋଟିଏ ପରେ ଗୋଟିଏ ଅନେକ ଭିଡିଓ ଟ୍ୱିଟ୍ କରିଥିଲେ । ଭିଡିଓଟି କ୍ଲବ୍ ହାଉସ ଆପ୍ଲିକେସନରେ ଚାଲିଥିବା ଚର୍ଚ୍ଚାର ଅଡିଓ ରେକର୍ଡିଂ ଅଟେ । ଯେଉଁଥିରେ ପ୍ରଶାନ୍ତ କିଶୋର କିଛି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରଶାନ୍ତ ମୋଦୀଙ୍କ କଥା କହୁଛନ୍ତି । ସେ କହୁଛନ୍ତି, ଭୋଟ୍ ମୋଦୀଙ୍କ ନାଁରେ ରହିଛି । ହିନ୍ଦୁଙ୍କ ନାଁରେ ଭୋଟ୍ ଅଛି । ଧୃବୀକରଣ, ହିନ୍ଦୀ ଭାଷା ଓ ସୁପ୍ରିମକୋର୍ଟ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ମୋଦୀ ପଶ୍ଚିମବଙ୍ଗରେ ଲୋକପ୍ରିୟ ଅଟନ୍ତି । ମତୁଆ ସମୁଦାୟ ବିଜେପିକୁ ଭୋଟ୍ ଦେଇଛନ୍ତି । ଟିଏମସି ବିରୋଧରେ ସରକାର ବିରୋଧୀ ହାଓ୍ୱା ରହିଛି । ପୂର୍ବରୁ ପଶ୍ଚିମବଙ୍ଗରେ ମୁସଲମାନ ପ୍ରସଙ୍ଗ ଥିଲା । ଏବେ କିନ୍ତୁ ହିନ୍ଦୁମାନଙ୍କ କଥା ଉଠୁଛି ।

ବିଜେପି ଏହି ଅଡିଓ ଓ ଭିଡିଓକୁ ନେଇ ଦାବି କରିଛି ଯେ, ନିଜେ ପ୍ରଶାନ୍ତ କିଶୋର ମମତା ବାନାର୍ଜୀଙ୍କ ପରାଜୟ ସ୍ୱୀକାର କରିଛନ୍ତି । ତେବେ ପ୍ରଶାନ୍ତ କହିଛନ୍ତି ଯେ, ବିଜେପି ସତ ସାମ୍ନାକୁ ଆଣୁନାହିଁ । ଏଥିପାଇଁ ସମ୍ପୂର୍ଣ୍ଣ ଭିଡିଓ ରିଲିଜ୍ କରିବା ଆବଶ୍ୟକ । ସେ ବିଜେପିକୁ ୪୦ ପ୍ରତିଶତ ଭୋଟ୍ କିପରି ମିଳିବ ସେନେଇ ଉତ୍ତର ଦେଉଥିଲେ । ବିଜେପି ଜିତୁଥିବା ଧାରଣା କାହିଁକିର ସେ ଉତ୍ତର ଦେଉଥିଲେ ବୋଲି ସଫେଇ ଦେଇଛନ୍ତି । ସେ ଆହୁରି ମଧ୍ୟ ବିଜେପିକୁ କଟାକ୍ଷ କରି କହିଛନ୍ତି ଯେ, ବିଜେପି ଦଳୀୟ ନେତାଙ୍କ ଅପେକ୍ଷା ତାଙ୍କ କଥାକୁ ବେଶୀ ଗୁରୁତ୍ୱ ଦେଉଛି ।

ସୂଚନାଯୋଗ୍ୟ, କ୍ଲବ୍ ହାଉସ୍ ଏକ ଆପ୍ଲିକେସନ । ଏଥିରେ ଅଡିଓ କନଫରେନ୍ସିଂ ହୁଏ । ଏହି କଥାବାର୍ତ୍ତାକୁ କୌଣସି ଅନ୍ୟ ଏକ ଫୋନରେ ରେକର୍ଡ କରାଯାଇଛି । କାରଣ କ୍ଲବ୍ ହାଉସ୍ କୌଣସି ଅଡିଓ ରେକର୍ଡିଂର ସୁବିଧା ଦିଏନାହିଁ ।

   Related Posts