Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ହାଇକୋର୍ଟ ଗଲେ ଜଗଦେବ, ତଳ କୋର୍ଟରେ ଖାରଜ ହୋଇଥିଲା ବିଧାୟକଙ୍କ ଜାମିନ

12/10/2021 at 12:00 PM

କଟକ ୧୨।୧୦: ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବିଧାୟକ ପ୍ରଶାନ୍ତ ଜଗଦେବ । ହାଇକୋର୍ଟରେ ଜାମିନ ଆବେଦନ କଲେ ପ୍ରଶାନ୍ତ । ନିମ୍ନ ଅଦାଲତରେ ପ୍ରଶାନ୍ତଙ୍କ ଜାମିନ ଖାରଜ ହୋଇଥିଲା । ଆଗୁଆ ଜାମିନ ଲୋଡ଼ି ପୂର୍ବରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଧାୟକ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମତେ ସେ ନିମ୍ନ ଅଦାଲତରେ ହାଜର ହୋଇଥିଲେ ।

ଖବର ଅନୁଯାୟୀ, ବିଜେପି କର୍ମୀଙ୍କୁ ମାଡ଼ ମାରି ଗିରଫ ହୋଇଥିଲେ ବିଧାୟକ।ଗିରଫ ହେବା ପରେ ସେ ତଳ କୋର୍ଟରେ ଜାମିନ ଆବେଦନ କରିଥିଲେ । କିନ୍ତୁ ତାହା ଖାରଜ ହୋଇଯାଇଥିଲା । ଏବେ ପୁଣି ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି । ଆଗୁଆ ଜାମିନ ଲୋଡି ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଧାୟକ ।

   Related Posts