୨୦୨୪ ସାଧାରଣ ନିର୍ବାଚନ ଲଢିବେନି ପ୍ରସାଦ ହରିଚନ୍ଦନ, ନିଜେ ଦେଲେ ସୂଚନା

Published By : Prameya-News7 Bureau | January 27, 2022 IST

ଭୁବନେଶ୍ବର ୨୭।୧: ୨୦୨୪ ସାଧାରଣ ନିର୍ବାଚନ ଲଢିବେ ନାହିଁ ପ୍ରସାଦ ହରିଚନ୍ଦନ । ପ୍ରେସମିଟ୍ କରି ପ୍ରସାଦ ହରିଚନ୍ଦନ ନିଜେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଅନ୍ୟ ଦଳକୁ ଯିବା ନେଇ ଯେଉଁ ପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା । ପ୍ରସାଦଙ୍କ ଗତି ସ୍ଥିର, ସେ ବିଜେପି କି ବିଜେଡିକୁ ଯିବେନାହିଁ । ମୁଁ ବେପାରୀ ନୁହେଁ । ମୁଁ କଂଗ୍ରେସର ପ୍ରଚାର ଓ ପ୍ରସାର କରିବି । ମୋ ପାଖରେ ଖଣି ନାହିଁ, କାଗଜ ନାହିଁ କି ଟିଭି ନାହିଁ

। ଯେଉଁମାନେ ମୋ ବିଷୟରେ ଅପପ୍ରଚାର କରୁଛନ୍ତି ସେମାନେ କିଭଳି ବେପାର କରୁଛନ୍ତି ତାର ପୁରା ଦସ୍ତାବିଜ ଖୁବଶୀଘ୍ର ପ୍ରକାଶ କରିବି । ଏହି ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସହ ଅଛି । କିନ୍ତୁ ମୋ ଢଙ୍ଗରେ ପ୍ରଚାର ପ୍ରସାର କରିବି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.