ବିଦାୟ ନେବ ୨୦୧୯, ଆସୁଛି ନୂଆ ବର୍ଷ, ସାରା ରାଜ୍ୟରେ ଜବରଦସ୍ତ ପ୍ରସ୍ତୁତି

Published By : Prameya-News7 Bureau | December 31, 2019 IST

ଭୁବନେଶ୍ବର୩୦/୧୨: ପ୍ରତି ଥର ଭଳି ଏଥର ମଧ୍ୟ ୩୧ଡିସେମ୍ବର ଆଉ ଜାନୁଆରୀ ୧ ଭିତରେ ପୁରୁଣାବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ବାଗତ କରିବାକୁ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ । କିଏ କେମିତି ଜିରୋ ନାଇଟ୍‌କୁ ସେଲିବ୍ରେସନ କରିବେ, ଆଉ କିଏ କାହାକୁ କେମିତି ନୂଆବର୍ଷର ଶୁଭେଚ୍ଛା ଜଣାଇବେ ସେଇ ପ୍ରସ୍ତୁତିରେ ମାତିଛନ୍ତି । ରାଜ୍ୟର ବିଭିନ୍ନ ସହରରେ ନ୍ୟୁ-ଇଅର ସେଲିବ୍ରେସନ ମାହୋଲ ଜବରଦସ୍ତ ରହିଛି।

ଆଉ କିଛି ସମୟ ପରେ ବିଦାୟ ନେବ ପୁରୁଣା ବର୍ଷ ୨୦୧୯ । ଆଉ ଆସିବ ନୂଆବର୍ଷ ୨୦୨୦ । ନୂଆବର୍ଷକୁ ସ୍ବାଗତ କରିବା ସହ ଜିରୋ ନାଇଟ୍‌ ସେଲିବ୍ରେସନ ପାଇଁ ସବୁଠି ହୋଇଛି ଜୋରଦାର ପ୍ରସ୍ତୁତି । ଆରମ୍ଭ କରିବା ପଶ୍ଚିମ ଓଡ଼ିଶାରୁ । ସବୁଥର ଭଳି ଏଥର ମଧ୍ୟ ନୂଆବର୍ଷକୁ ସ୍ବାଗତ କରିବାକୁ ସଜେଇ ହୋଇଛି ସମ୍ବଲପୁର ସହର । ସହରର ବିଭିନ୍ନ ହୋଟେଲ ଆଉ କ୍ଲବଗୁଡ଼ିକରେ ହୋଇଛି ସ୍ବତନ୍ତ୍ର ପ୍ରସ୍ତୁତି । ସାଙ୍ଗସାଥୀ, ବନ୍ଧୁବର୍ଗଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବାକୁ ଗିଫ୍‌ଟ, ଫୁଲତୋଡ଼ା କିଣିବାକୁ ବିଭିନ୍ନ ଦୋକାନରେ ଜମିଲାଣି ଭିଡ଼ । ପିକ୍‌ନିକ୍‌ ସ୍ପଟ୍‌ଗୁଡ଼ିକରେ ଜମୁଛି ଭୋଜିଭାତ, ନାଚଗୀତର ଆସର । ଖୁସିରେ ଖୁସିରେ ପୁରୁଣା ବର୍ଷକୁ ବିଦାୟ ଆଉ ନୂଆବର୍ଷକୁ ସ୍ବାଗତ କରିବାକୁ ସମସ୍ତେ ବ୍ୟସ୍ତ । ସେପଟେ ଜିରୋନାଇଟ୍‌ ସେଲିବ୍ରେସନ ସମୟରେ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦେଇଛି ପୋଲିସ ।

{"id":205157,"sizeSlug":"large"}

ପଶ୍ଚିମ ଓଡ଼ିଶା ପରେ ଏବେ ଯିବା ଉତ୍ତର ଓଡ଼ିଶାକୁ । ଦେଖିବା ବାଲେଶ୍ବର ସହରରେ କେମିତି ରହିଛି ନ୍ୟୁ-ଇଅର ସେଲିବ୍ରେସନ ମାହୋଲ । ନୂଆବର୍ଷ ଟୋଣ୍ଟିଟୋଣ୍ଟିକୁ ସ୍ବାଗତ କରିବାକୁ ସହରର ବିଭିନ୍ନ ହୋଟେଲ ଓ କ୍ଲବ ଗୁଡ଼ିକରେ ଜମିବ ନାଚଗୀତ, ଖିଆପିଆର ଆସର । ସେପଟେ ସହର ସାରା ଛାଇଗଲାଣି ନେତାଙ୍କ ଶୁଭେଚ୍ଛା ବାର୍ତ୍ତାର ପୋଷ୍ଟର । ଶୀତୁଆ ରାତିରେ ଜିରୋ ନାଇଟ୍‌ ସେଲିବ୍ରେସନ କରି ହସ,ଖୁସିରେ ନୂଆବର୍ଷକୁ ସ୍ବାଗତ କରିବାକୁ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି । 

{"id":205158,"sizeSlug":"large"}

ଉତ୍ତର ଓଡ଼ିଶାରେ କେମିତି ରହିଛି ନ୍ୟୁ-ଇଅର ସେଲିବ୍ରେସନର ମାହୋଲ ତ ଦେଖିଲେ, ଏବେ ଆସନ୍ତୁ ନଜର ପକାଇଦେବା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ରେସମ ସହର ବ୍ରହ୍ମପୁର ଉପରେ । ଏଠି ବି ସମାନ ସ୍ଥିତି । ଏଥର ଜିରୋ ନାଇଟ୍‌ ସେଲିବ୍ରେସନ ଯେମିତି ଜବରଦସ୍ତ ହେବ ସେଥି ପାଇଁ ସମସ୍ତ ହୋଟେଲ ଓ କ୍ଲବ ଗୁଡ଼ିକରେ ହୋଇଛି ସ୍ବତନ୍ତ୍ର ପ୍ରସ୍ତୁତି ।

{"id":205159,"sizeSlug":"large"}

୨୦୨୦ ନୂଆବର୍ଷ ସମସ୍ତଙ୍କ ପାଇଁ ନୂଆ ଆଶା, ନୂଆ ସମ୍ଭାବନା ନେଇ ଆସୁ । ଭାଇଚାର ଓ ହସଖୁସି ଭିତରେ ସମସ୍ତ ଜୀବନ ସୁଖମୟ ହେଉ, ସମସ୍ତଙ୍କୁ ନୂଆବର୍ଷର ଅନେକ ଅନେକ ଶୁଭେଚ୍ଛା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.