ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି : ଖୋଲାଗଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

Published By : Prameya-News7 Bureau | December 02, 2021 IST

ଜଗତସିଂହପୁର ୦୨।୧୨: ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଦେଖାଇଛି ତତ୍ପରତା । ବୁଧବାର ସନ୍ଧ୍ୟାରେ ଜିଲ୍ଲାପାଳ ପାରୁଲ ପଟୱରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଏରସମା, ବାଲିକୁଦା,କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକ ପ୍ରଶାସନକୁ ବିଶେଷ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହୁଥିବା ଯୋଗୁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀମାନେ ନଯିବା ପାଇଁ ଓ ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀମାନେ ଆଜି ଅପରାହ୍ନ ସୁଦ୍ଧା କୂଳକୁ ଫେରି ଆସିବାକୁ କୁହାଯାଇଛି ।

{"id":552835,"sizeSlug":"full","linkDestination":"none"}

ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୪୫ଟି ବହୁ ମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ, ସ୍କୁଲ ଗୃହ , ଅଙ୍ଗନବାଡି କେନ୍ଦ୍ର, କଲ୍ୟାଣ ମଣ୍ଡ ଓ ଗୁଡିକୁ ବାତ୍ୟା ଆଶ୍ରୟ ସ୍ଥଳୀ ପାଇଁ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ପରିସ୍ଥିତି ନଜରକୁ ନେଇ ତଳି ଅଞ୍ଚଳ ଓ କଚା ଘରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ । ସମସ୍ତ ଆଶ୍ରୟ ସ୍ଥଳୀରେ ବିଦ୍ୟୁତ, ପାନୀୟ ଜଳ, ଶୌଚାଳୟ, ପରିସ୍କାର ପରିଛନ୍ନ ଆଦି କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହା ସହିତ ଗଛ କଟା ମେସିନ, ଜେସିବି, ଜେନେରେଟର ଆଦି ରଖିବାକୁ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି ।

{"id":552836,"sizeSlug":"full","linkDestination":"none"}

ତେବେ ବାତ୍ୟା ପୂର୍ବରୁ ଗର୍ଭବତୀ ମହିଳା, ଶିଶୁ ଓ ବୃଦ୍ଧ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାନାନ୍ତର କରାଯିବ । ବାତ୍ୟା ଆଶ୍ରୟ ସ୍ଥଳୀରେ ନୋଡାଲ ଅଫିସର ନିୟୋଜିତ ହେବା ସହିତ ଆଶ୍ରୟ ସ୍ଥଳୀ ଗୁଡିକରେ କୋଭିଡ ଗାଇଡ଼ ଲାଇନ ପାଇଁ ମାସ୍କ, ସାନିଟାଇଜର,ମେଡ଼ିସିନ ଆଦି ମହଜୁଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଜିଲ୍ଲାର ଚାଷୀ ମାନେ ବିଲରୁ ପାଚି ଯାଇଥିବା ଧାନକୁ ଖୁବ ଶୀଘ୍ର କାଟି ଖଳାକୁ ଆଣିବା ପାଇଁ ପରାମର୍ଶ ଦିଆଯିବା ସହ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରା ଯାଇ ଚାଷୀଙ୍କୁ ସଚେତନ କରାଯାଇଛି । ଏହା ସହିତ ଜିଲ୍ଲାରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା ସହିତ ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇଛି ।

{"id":552837,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.