ଆସୁଛି ବାତ୍ୟା 'ଜଓ୍ୱାଦ୍‌', ମୁକାବିଲା ନେଇ ଜିଲ୍ଲା ପ୍ରଶାସନର ଘନ ଘନ ବୈଠକ

Published By : Prameya-News7 Bureau | December 04, 2021 IST

ଭଦ୍ରକ ୦୪।୧୨: ଆସୁଛି ବାତ୍ୟା ଜଓ୍ୱାଦ୍‌, ପୁରା ପ୍ରସ୍ତୁତ ଭଦ୍ରକ ଜିଲ୍ଲା ପ୍ରଶାସନ । ଏଥିପାଇଁ ବ୍ୟାପକ ପଦକ୍ଷେପ ନେଇସାରିଛି ପ୍ରଶାସନ । ବାତ୍ୟା ମୁକାବିଲା ଘନ ଘନ ବୈଠକ ଡାକିଲେ ଜିଲ୍ଲାପାଳ । ବୈଠକରେ ବାତ୍ୟାର ମୁକାବିଲା ନେଇ ଆଲୋଚନା ହୋଇଛି ।

ଖବର ଅନୁଯାୟୀ, ବାତ୍ୟା ଜଓ୍ୱାଦ୍‌ର ମୁକାବିଲା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ଜରୁରୀ ବୈଠକ । ଏଥିରେ ବିଭିନ୍ନ ସତର୍କତା ମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଖାସ୍‌ କରି ବରିଷ୍ଠ ଅଧିକାରୀମାନଙ୍କୁ ସମୁଦ୍ର ଉପକୂଳବର୍ତ୍ତୀ ଧାମରା, ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳକୁ ପଠାଯାଇଛି । ଏହାସହିତ ଗୋଟିଏ ଏନଡ଼ିଆରଏଫ ଟିମକୁ ଧାମରା ଅଞ୍ଚଳକୁ ପଠାଯାଇଥିବା ବେଳେ ଆଉ ଗୋଟିଏ ଓଡ୍ରାଫ ଟିମକୁ ବାସୁଦେବପୁର ଅଞ୍ଚଳକୁ ପଠାଯାଇଛି । ଜ଼ିଲ୍ଲାରେ ମୋଟ ୧୩ଟି ଟିମକୁ ସଜାଗ ରହିଛନ୍ତି । ଆବଶ୍ୟକ ହେଲେ ସେମାନଙ୍କୁ ସମୁଦ୍ର ଉପକୂଳ ତଥା ତଳିଆ ଅଞ୍ଚଳକୁ ପଠାଯିବ ।

ସେହିପରି ଆବଶ୍ୟକ ହେଲେ ସମୁଦ୍ର ଉପକୂଳରେ ଥିବା ବାସୁଦେବପୁର ବ୍ଲକର ଏବଂ ଚାନ୍ଦବାଲି ବ୍ଲକର ମୋଟ ୪୬ଟି ଗାଁର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବ ବୋଲି ଜ଼ିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ମୋଟ ୨୭ ମିଲିମିଟର ବର୍ଷା ହୋଇଛି । ବାସୁଦେବପୁରର ସୁମୁନ୍ଦ୍ର ଉପକୂଳରେ ଥିବା ମୋହନପୁର ଠାରେ ସମୁନ୍ଦ୍ର ଜୁଆର ଉଠିବାକୁ ରାଜ୍ୟ ସରକାର ସତର୍କ କରାଇବା ପରେ ଜିଲ୍ଲାପାଳ, ବିଡ଼ିଓ ଏବଂ ତହସିଲଦାରଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.