Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅତି ଭୀଷଣ ବାତ୍ୟାର ରୂପ ନେଲା ‘ଅମ୍ଫାନ’, ୧୨ଜିଲ୍ଲାକୁ ଆଲର୍ଟ, ଆବଶ୍ୟକ ପଡ଼ିଲେ ସ୍ଥାନାନ୍ତରିତ ହେବେ ୧୧ ଲକ୍ଷ ଲୋକ

18/05/2020 at 8:48 AM

ଭୁବନେଶ୍ୱର ୧୮।୦୫: ଅତି ଭୀଷଣ ବାତ୍ୟାର ରୂପ ନେଇଛି ବଙ୍ଗୋପ ସାଗରରେ ସୃଷ୍ଟ ବାତ୍ୟା ‘ଅମ୍ଫାନ’ । ବାତ୍ୟାର ପ୍ରଭାବ ଓଡ଼ିଶାର ୧୨ ଜିଲ୍ଲାରେ ପଡ଼ିବ ।  ଆଜି  ସଂଧ୍ୟାରୁ ଏହାର ପ୍ରଭାବ ରାଜ୍ୟରେ ଅନୁଭୂତ ହେବ ।  ଖାସ କରି ଉପକୂଳ ଓ ଉତ୍ତର ଓଡିଶାରେ ଏହାର ପ୍ରଭାବ ଅଧିକ ପଡିବ ।  ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ବାତ୍ୟାର ପ୍ରଭାବ ବେଶୀ ରହିବ ।  ୧୯ ଓ ୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ବେଗରେ ପବନ ପହିବ ବୋଲି ଆକଳନ କରାଯାଇଛି । ୨୦ତାରିଖ ସଂଧ୍ୟା ସୁଦ୍ଧା ଅମ୍ଫାନ ପଶ୍ଚିମବଙ୍ଗର ସାଗର ଆଇଲ୍ୟାଣ୍ଡ ଓ ବାଂଲାଦେଶର ହାତିଆ ଆଇଲ୍ୟାଣ୍ଡ ମଝିରେ ଲ୍ୟାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଲ୍ୟାଣ୍ଡଫଲ ସମୟରେ ଏହା ଭୟଙ୍କର ରୂପ ନେଇପାରେ।

ସମ୍ଭାବ୍ୟ ବାତ୍ୟା ଅମ୍ପାନକୁ ଆଖିରେ ରଖି ୧୨ଜିଲ୍ଲାକୁ ଆଲର୍ଟ କରିଛନ୍ତି ରାଜ୍ୟ ସରକାର । ଏହିସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ  ପ୍ରସ୍ତୁତ ରହିବାକୁନିର୍ଦ୍ଦେଶ ଦିଆଯାଇଛି। ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ବାତ୍ୟାର ପ୍ରଭାବ ବେଶୀ ରହିପାରେ। ଏଣୁ ଏହି ୪ ଜିଲ୍ଲା ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଲାଗି ନିର୍ଦେଶ ଦିଆଯାଇଛି। ୧୯ତାରିଖ ଅପରାହ୍ନ ପରେ ଓଡ଼ିଶାରେ ବର୍ଷା ଓ ପବନର ପ୍ରଭାବ ଅଧିକ ରହିବ। ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ NDRF ପହଞ୍ଚି ଟିମ ପହଁଚି ସାରିଛନ୍ତି ।  ୭ହଜାରରୁ ଅଧିକ ଅତିରିକ୍ତ ବାତ୍ୟା ଆଶ୍ରୟସ୍ଥଳୀ ଭାବରେ ଚିହ୍ନଟ ହୋଇଛି। କଚ୍ଚା ଓ ଆଜେବେଷ୍ଟସ ଘରେ ରହୁଥିବା ଲୋକଙ୍କୁ ସ୍ଥାନ୍ତର କରାଯିବ । ଆବଶ୍ୟକ ପଡ଼ିଲେ ୧୧ ଲକ୍ଷ ଲୋକଙ୍କୁ ସ୍ତାନାନ୍ତର କରିବାକୁ ପ୍ରଶାସନିକ ସ୍ତରରେ  ପ୍ରସ୍ତୁତି ହୋଇଛି । ଲୋକଙ୍କୁ ସ୍ଥାନାନ୍ତର କରାଯିବା ସମୟରେ ସାମାଜିକ ଦୂରତା ନିୟମକୁ ଯଥେଷ୍ଟ ଧ୍ୟାନ ଦିଆଯିବ।

   Related Posts