୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ

Published By : Prameya-News7 Bureau | December 08, 2021 IST

ଭୁବନେଶ୍ବର ୦୮।୧୨:  ୬ ଦିନିଆ ରିମାଣ୍ଡରେ ଆସିବେ ଠକ ପ୍ରଜ୍ଞା । ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ । ରିମାଣ୍ଡର ଏହି ଅବଧି ସମୟରେ ଅନେକ ଠକେଇର ଗୁମର ଖୋଲିବ ଲିଙ୍ଗରାଜ ଥାନା ପୋଲିସ ।

{"id":556096,"sizeSlug":"full","linkDestination":"none"}

ଖବର ଅନୁଯାୟୀ,  କିଛି ଦିନ ତଳେ ରାଜଧାନୀରୁ ଠକ ପ୍ରଜ୍ଞା ପ୍ରକାଶ ନାୟକଙ୍କୁ ଗିରଫ କରାଯାଇଥିଲା । ପ୍ରଜ୍ଞା ପ୍ରକାଶ ବିରୋଧରେ ୨ କୋଟିରୁ ଅଧିକ ଠକେଇ କରିଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ଖୋଲତାଡ଼ କରୁଛି ପୋଲିସ । ଏବେ ପ୍ରଜ୍ଞାରୁ ଆଉ କେତେ ଠକେଇ କରିଛି , ସେନେଇ ଛାନ୍‌ଭିନ୍‌ କରି ଲିଙ୍ଗରାଜ ପୋଲିସ ।

ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ଠକ ପ୍ରଜ୍ଞାଙ୍କୁ ୬ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି । ଯାହାର ଅବଧି ଆଜିଠାରୁ ଆରମ୍ଭ ହେଉଛି । ତେବେ ଏହି ରିମାଣ୍ଡ ଅବଧି ସମୟରେ ଅନେକ ଠକେଇ ଗୁମର ଖୋଲିବ ଲିଙ୍ଗରାଜ ଥାନା ପୋଲିସ । ଅନ୍ତଜାତୀୟ ସ୍ତରରେ ମଧ୍ୟ ପ୍ରଜ୍ଞା ପ୍ରକାଶ ଠକି ଥିବା ନେଇ  ସନ୍ଦେହ କରୁଛି ଲିଙ୍ଗରାଜ ଥାନା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.