କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଣୟ ସାହୁ

Published By : Prameya-News7 Bureau | January 21, 2019 IST

ଭୁବନେଶ୍ବର ୨୧|୧:  କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଣୟ ସାହୁ । ଶ୍ରୀକାନ୍ତ ଜେନାଙ୍କୁ ବହିଷ୍କାର ପରେ ତାଙ୍କୁ ସମର୍ଥନ କରି ସେ ଇସ୍ତଫା ଦେଇଛନ୍ତି । ତାଙ୍କୁ ବିଜେପୁର ଉପନିର୍ବାଚନ ପରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେହିଭଳି ଜୋନ୍ ସଭାପତି ଚୟନ ବେଳେ ଅଣଦେଖା ମଧ୍ୟ କରାଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଛନ୍ତି । ଗତ ବିଜେପୁର ଉପ ନିର୍ବାଚନରେ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଥିଲେ ପ୍ରଣୟ ସାହୁ ।

ତେବେ ଶ୍ରୀକାନ୍ତ ଜେନାଙ୍କୁ ସମର୍ଥନ କରି ପ୍ରଣୟ ସାହୁ ଇସ୍ତଫା ଦେଇଛନ୍ତି । ଗତ ଶନିବାର କଂଗ୍ରେସରୁ ବହିଷ୍କୃତ ହୋଇଥିଲେ ଏଆଇସିସି ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଏଆଇସିସି ନିଷ୍ପତ୍ତି କ୍ରମେ ତାଙ୍କୁ ବହିସ୍କାର କରାଯାଇଥିଲା । ଦଳ ବିରୋଧୀ ମନ୍ତବ୍ୟ ଓ ଦଳରେ ରହି ବିଶୃଙ୍ଖଳା ସୃଷ୍ଟି କରିବା ଯୋଗୁଁ ତାଙ୍କୁ ଦଳ ପକ୍ଷରୁ ବହିସ୍କାର କରାଯାଇଥିବା ଦର୍ଶାଯାଇଥିଲା । ଉଭୟଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିଲା ।

{"id":76429,"align":"center","width":447,"height":586}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.