Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

କୁନି ଝିଅ – ବଡ଼ ପ୍ରତିଭା : ବୟସ ମାତ୍ର ୫,ମାତ୍ର ୪ମିନିଟରେ କହି ଦେଉଛି ୧୯୫ଦେଶ ଓ ରାଜଧାନୀର ନାଁ

21/11/2020 at 4:09 PM

ନୂଆଦିଲ୍ଲୀ ୨୧/୧୧: ଆଜିକାଲି ଯୁଗରେ ଛୋଟପିଲା ସମସ୍ତଙ୍କୁ ପଛରେ ପକାଇ ଦେଉଛନ୍ତି ଖାସ୍ କରି ଟେକ୍ନୋଲୋଜି କ୍ଷେତ୍ରରେ ତ ସମସ୍ତଙ୍କୁ ପଛରେ ପକାଇ ଦେଉଛନ୍ତି। ଆଜିକାଲି ମୋବାଇଲ୍ ଏବଂ ଇଣ୍ଟରନେଟର ଯୁଗ କିନ୍ତୁ ଅନେକ ଥର ବାପା ମାଆ ମଧ୍ୟ ପଛରେ ରହି ଯାଆନ୍ତି ଏବଂ ପିଲାମାନେ ଆଗେଇ ଯାଆନ୍ତି। ଅନେକ ବାପା ମାଆଙ୍କୁ ଲାଗିଥାଏ ଯେ ମୋବାଇଲ୍ ଅନେକ ପିଲାଙ୍କୁ ବିଗାଡ଼ି ଦେଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଝିଅ ବିଷୟରେ କହିବା ଯିଏ ମୋବାଇଲ୍ ବ୍ୟବହାର କରି ଓ୍ବାଲର୍ଡ ରେକର୍ଡ଼ କରିଛି।

ଆମେ ଯେଉଁ ଝିଅ ବିଷୟରେ କହୁଛୁ ତାକୁ ମାତ୍ର ୫ବର୍ଷ ଏବଂ ଏହି ଝିଅଟି ମୋବାଇଲ୍ ଦ୍ବାରା ଦେଶ ଏବଂ ରାଜଧାନୀର ନାଁ ମନେ ରଖିଥିଲା ଏବଂ ନିଜ ନାଁରେ ଓ୍ବାଲର୍ଡ଼ ରେକର୍ଡ଼ କରିଛି। ଦୁବାଇରେ ରହୁଥିବା ଭାରତୀୟ ପ୍ରବାସୀ ୫ବର୍ଷର ପ୍ରାଣବୀ ଗୁପ୍ତାଙ୍କୁ ଆଜି ଦେଶ ସାରା ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।   

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସାନ ଝିଅଟି ମୋବାଇଲରୁ ଶିଖି ଦେଶ ଏବଂ ରାଜଧାନୀର ନାଁ ମନେ ରଖି ମାତ୍ର ୪ମିନିଟ୍ ୨୩ସେକେଣ୍ଡରେ ୧୯୫ ଦେଶର ନାଁ କହି ଦିଅନ୍ତି।

ପ୍ରାଣବିଙ୍କ ନାଁ ଇଣ୍ଡିଆ ଏବଂ ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛି। ପ୍ରାଣବି ୪ମିନିଟ୍ ୨୩ସେକେଣ୍ଡରେ ମୋଟ ୧୯୫ଟି ଦେଶର ନାଁ ଫଟାଫଟ କହି ଦିଅନ୍ତି। ଦେଶର ନାଁ ତ ପ୍ରାଣବିଙ୍କ ତୁଣ୍ଡରେ ରହିଛି। ଏହା ସହିତ ଦେଶର ରାଜଧାନୀର ନାଁ ମଧ୍ୟ କହି ଦିଅନ୍ତି ଏବଂ ଏବେ ପ୍ରାଣବିଙ୍କ ନାଁ ଗିନିଜ ବୁକ୍ ଅଫ୍ ରେକର୍ଡ଼ ପାଇଁ ପଠାଯାଇଛି।

ପ୍ରାଣବିଙ୍କ ବାପାଙ୍କ କହିବା ଅନୁସାରେ ପ୍ରଥମେ ଝିଅକୁ ଏହି ନାଁଗୁଡ଼ିକ କହିବାକୁ ୪୫ମିନିଟ୍ ଲାଗୁଥିଲା କିନ୍ତୁ ଏହା ପରେ ସେ ଲଗାତାର ପ୍ରାକ୍ଟିସ୍ କରିଥିଲା ଏବଂ ଧୀରେ ଧୀରେ ୧୧ମିନିଟ୍ ହୋଇଥିଲା । ତା’ପରେ ତାଙ୍କ ଝିଅ ମାତ୍ର ୪ମିନିଟରେ ସବୁ ନାଁ କହି ଦେଇଥିଲା ଏବଂ ଏହା ପରେ ସେ ରାଜଧାନୀର ନାଁ ମଧ୍ୟ କହି ଦେଇଥିଲା।

ପ୍ରାଣବୀଙ୍କ ମାଙ୍କ ମତରେ ଟିଭିରେ ୮ବର୍ଷର ଝିଅ ଆମେରିକାର ରାଜ୍ୟ ଏବଂ ଏହାର ରାଜଧାନୀ କହୁଥିବା ​ଦେଖି ପ୍ରାଣବୀର ଏଥିପ୍ରତି ଆଗ୍ରହ ଜାତ ହୋଇଥିଲା।

   Related Posts