ବିଜେଡିରେ ନୂଆ ସାଂଗଠନିକ ପଦବୀ : ପ୍ରଣବ ଓ ସଞ୍ଜୟଙ୍କୁ ମିଳିଲା ଦାୟିତ୍ବ, ପ୍ରତାପ କେଶରୀ ଦେବ ହେଲେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ବର ୧୫।୧୧: ବିଜୁ ଜନତା ଦଳର ସାଙ୍ଗଠନିକସ୍ତରରେ ପରିବର୍ତ୍ତନ ସହ ନୂତନ ପଦବୀ ସୃଷ୍ଟି କରି ନେତାଙ୍କୁ ନିଯୁକ୍ତ କରାଯାଇଛି । ଦଳର ସାଧାରଣ ସମ୍ପାଦକ (ସଂଗଠନ) ଭାବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନିଯୁକ୍ତ କରାଯାଇଛି । ସୂଚନାଯୋଗ୍ୟ ଯେ, ପ୍ରଥମ ଥର ପାଇଁ ବିଜେଡି ଏଭଳି ଏକ ପଦବୀ ସୃଷ୍ଟି କରି ପ୍ରଣବଙ୍କୁ ଦାୟିତ୍ବ ଦେଇଛି।
ସେହିଭଳି ସଞ୍ଜୟ ଦାସବର୍ମାଙ୍କୁ ଦଳ ମୁଖ୍ୟାଳୟର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ଏହି ପଦବୀ ମଧ୍ୟ ନୂତନ ଭାବେ ସୃଷ୍ଟି କରାଯାଇଛି । ବିଜେଡି ନେତା ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ଦଳର ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ମିଳିଛି । ଏନେଇ ଦଳ ତରଫରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।
244 Views
ସମ୍ବନ୍ଧିତ ଖବର
ଜାରି ରହିବ ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ
11 December 2019
ପିଆଜ ଗଦିରେ ୬୦, ମାର୍କେଟ୍ରେ ୧୨୦ : ଗ୍ରାହକ ହତାଶ
11 December 2019
ଭାରାସାମ୍ୟ ହରାଇ କାନ୍ଥରେ ପିଟିହେଲା ବାଇକ୍, ଘଟଣାସ୍ଥଳରେ ୨ ମୃତ
11 December 2019