Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କିଡନୀ ଧିରେ ଧିରେ କାମ କଲାଣି, କିନ୍ତୁ ଏବେ ବି କୋମାରେ

29/08/2020 at 3:41 PM

ନୂଆଦିଲ୍ଲୀ ୨୯।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବେ ବି କୋମାରେ ଥିବା ବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ମାତ୍ର ତାଙ୍କ କିଡନୀ ସମସ୍ୟାରେ ସୁଧାର ଆସିଛି । ଶନିବାର ଦିନ ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରଣବ ମୁଖାର୍ଜୀଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ତାଙ୍କର ରକ୍ତ ଯୋଗାଣ ସମ୍ବନ୍ଧୀୟ ପ୍ରକ୍ରିୟା ସ୍ଥିର ରହିଛି ଏବଂ ତାଙ୍କର ଫୁସଫୁସ ସଂକ୍ରମଣ ଚିକିତ୍ସା ଚାଲିଛି ।

ଡାକ୍ତରଙ୍କ କହିବା ଅନୁସାରେ ଯେଉଁ ବ୍ୟକ୍ତିଙ୍କ ରକ୍ତ ଯୋଗାଣ ସମ୍ବନ୍ଧୀୟ ପ୍ରକ୍ରିୟା ସ୍ଥିର ରହିଥାଏ ତାଙ୍କର ରକ୍ତଚାପ, ହୃଦୟ ସ୍ପନ୍ଦନର ଗତି ସ୍ବାଭାବିକ କାରଣ ଅଟେ ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ୧୦ ଅଗଷ୍ଟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମସ୍ତିସ୍କର ଅସ୍ତ୍ରୋପଚାର କରାଯାଇଥିଲା । ସେ କରୋନା ସଂକ୍ରମିତ ହୋଇଥିବା ଜଆପଡିଥିଲା । ପରେ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଯାଇଥିଲା ।

ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ପ୍ରଣବ ମୁଖାର୍ଜୀଙ୍କ ଫୁସଫୁସରେ ହୋଇଥିବା ସଂକ୍ରମଣର ଚିକିତ୍ସା କରାଯାଉଛି । ତାଙ୍କ କିଡନୀ ସମସ୍ୟାରେ ମଧ୍ୟ ସୁଧାର ଆସିବାରେ ଲାଗିଛି । ସେ ଏବେ ବି କୋମାରେ ଥିବାବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ସେ ହିମୋ ଡାଇନାମିକାଲି ସ୍ଥିର ରହିଛନ୍ତି ।

   Related Posts