ଆସନ୍ତା କାଲି ପଞ୍ଚଭୂତରେ ଲୀନ ହେବେ ପ୍ରଣବ ଦା', କିନ୍ତୁ ଏହି ମହାନ ଜନନେତା ତିନୋଟି ସାହସିକ ପଦକ୍ଷେପ ପାଇଁ ରହିବେ ଅମର

Published By : Prameya-News7 Bureau | August 31, 2020 IST

ନୂଆଦିଲ୍ଲୀ, ୩୧|୦୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୮୪ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି । ସୋମବାର ଅପରାହ୍ନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଗତ କିଛି ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପୂର୍ବରୁ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କର ଅପରେସନ ମଧ୍ୟ କରାଯାଇଥିଲା । ସେ ୨୦୧୨ରୁ ୨୦୧୭ ଯାଏଁ ଦେଶର ରାଷ୍ଟ୍ରପତି ରହିଥିଲେ । ପ୍ରଣବଙ୍କ ସେହି ସବୁ ନିଷ୍ପତ୍ତି ଉପରେ ଆଲୋଚନା କରିବା ଯାହାକୁ ଆଜିବି ସମସ୍ତେ ମନେ ପକାନ୍ତି ।

ମଙ୍ଗଳବାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । କିନ୍ତୁ କୋଭିଡ୍ ପରିସ୍ଥିତି ପାଇଁ ଶେଷ କ୍ରିୟାରେ କମ୍ ସଂଖ୍ୟକ ବ୍ୟକ୍ତି ଉପସ୍ଥିତ ରହିବେ । ତେବେ ସେ ଏପରି ତିନୋଟି କାର୍ଯ୍ୟ କରିଛନ୍ତି, ଯାହା ତାଙ୍କୁ ଚିରଦିନ ଅମର କରି ରଖିବ ।

ସେ ରାଷ୍ଟ୍ରପତି ଥିବା ବେଳେ ତିନିଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଆଜମଲ, ଅଫଜଲ ଓ ୟାକୁବକୁ ଫାଶୀ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ  । ସେ ନିଜ କାର୍ଯ୍ୟକାଳରେ ୨୬-୧୧ ଆକ୍ରମଣର ଦୋଷୀ ଆଜମଲ କସାବ, ସଂସଦ ଭବନ ଆକ୍ରମଣକାରୀ ଆଫଜଲ ଗୁରୁ ଓ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ଦୋଷୀ ୟାକୁବ ମେନନର ଫାଶୀ ଦଣ୍ଡକୁ ମଞ୍ଜୁରୀ ପ୍ରଦାନ କରିଥିଲେ । କସାବରୁ ୨୦୧୨, ଆଫଜଲ ଗୁରୁକୁ ୨୦୧୩ ଓ ୟାକୁବକୁ ୨୦୧୫ରେ ଫାଶୀ ଦିଆଯାଇଥିଲା ।

କାର୍ଯ୍ୟକାଳରେ ପ୍ରଣବ ଦାଙ୍କ ନିକଟକୁ ୩୭ଟି କ୍ଷମା ଆବେଦନ ଆସିଥିଲା । କିନ୍ତୁ ସେ ଅଧିକାଂଶ ଆବେଦନକୁ ଖାରଜ କରିଥିଲେ । ସେ କାର୍ଯ୍ୟକାଳର ଶେଷରେ ୨ ଜଣ ଦୁଷ୍କର୍ମକାରୀଙ୍କ କ୍ଷମା ଆବେଦନକୁ  ଖାରଜ କରିଥିଲେ ।

ତେବେ ସେ ୪ଜଣଙ୍କ ପାଶୀ ଦଣ୍ଡକୁ ଆଜୀବନ ଜେଲରେ ପରିବର୍ତ୍ତନ କରିଥିଲେ । ଏହାମଧ୍ୟରୁ ଜଣେ ବିହାରର ୧୯୯୨ ଅଗଡି ଜାତିର ୩୪ ଲୋକଙ୍କୁ ହତ୍ୟା ମାମଲାରେ ଦୋଷୀ ଥିଲେ ।  ରାଷ୍ଟ୍ରପତି ଥିବା ବେଳେ ସେ ନଭେମ୍ବର ୨୦୧୭ରେ କୃଷ୍ଟା ମୋଚି, ନହ୍ନେ ଲାଲ୍ ମୋଚି, ବୀର କୁମ୍ବର ପାସଓ୍ୱାନ ଓ ଧର୍ମେନ୍ଦ୍ର ସିଂଙ୍କ ଫାସୀ ଦଣ୍ଡକୁ ଆଜୀବନ ଜେଲରେ ପରିବର୍ତ୍ତନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.