ପ୍ରଣବ ଦା'ଙ୍କ ସହ ୫ ଗାନ୍ଧୀ, ଇନ୍ଦିରାଙ୍କଠାରୁ ରାହୁଲଙ୍କ ପର୍ଯ୍ୟନ୍ତ

Published By : Prameya-News7 Bureau | August 31, 2020 IST

ନୂଆଦିଲ୍ଲୀ, ୩୧।୦୮:  ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସୋମବାର ସନ୍ଧ୍ୟାରେ ୮୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ଅନେକ ଦିନ ଧରି ଭେଣ୍ଟିଲେଟରରେ ଥିଲେ। ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ଵିଟ୍ କରି ପୂର୍ବତନ ରାଷ୍ଟ୍ରପତିଙ୍କ ପରଲୋକ ଘଟିଥିବା ସୂଚନା ଦେଇଛନ୍ତି। ମସ୍ତିଷ୍କ ସର୍ଜରୀ ପରେ ଅନେକ ଦିନ ଧରି ତାଙ୍କର ଚିକିତ୍ସା ନୂଆଦିଲ୍ଲୀ ସ୍ଥିତ ସେନା ହସ୍ପିଟାଲରେ ଜାରି ରହିଥିଲା। ଗତ ଦିନରେ ପ୍ରଣବ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ସେ ଗାନ୍ଧୀ ପରିବାରରେ ଇନ୍ଦିରା ଗାନ୍ଧୀଙ୍କଠାରୁ ଆରମ୍ଭ କରି ରାହୁଲ ଗାନ୍ଧୀଙ୍କ ସହ ବିଭିନ୍ନ କାର୍ଯ୍ୟରେ ଜଡିତ ଥିଲେ ।

{"id":323202,"sizeSlug":"large"}

ଇନ୍ଦିରା ଗାନ୍ଧୀ ସରକାରେ ପ୍ରଣବ ମୁଖାର୍ଜୀ ୧୯୭୩ରୁ ୧୯୭୭ ଯାଏଁ ମନ୍ତ୍ରୀ ରହିଥିଲେ । ଏହି ସମୟରେ ସେ ୪ଟି ବିଭାଗ ସମ୍ଭାଳିଥିଲେ । ଏପରିକି ଜରୁରୀକାଳିନ ସମୟରେ ମଧ୍ୟ ସେ ସରକାରରେ ଥିଲେ । ୧୯୭୮ରେ ଇନ୍ଦିରାଙ୍କ ପରାଜୟ ପରେ ମଧ୍ୟ ପ୍ରଣବ ତାଙ୍କ ସହ ରହିଥିଲେ । ଇନ୍ଦିରା ୧୯୮୦ରେ ସରକାରକୁ ଆସିଥିଲେ ଏବଂ ୧୯୮୨ରେ ପ୍ରଣବ ମୁଖାର୍ଜୀ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ।

{"id":323204,"sizeSlug":"large"}

ଏହି ସମୟରେ ପ୍ରଣବ ଦା ସଞ୍ଜୟ ଗାନ୍ଧୀଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିଥିଲେ । କିନ୍ତୁ ଇନ୍ଦିରାଙ୍କ ଦେହାନ୍ତରେ ରାଜୀବ ଗାନ୍ଧୀଙ୍କ ସରକାରରେ ପ୍ରଣବ ଦା ମନ୍ତ୍ରୀ ନଥିଲେ । କିନ୍ତୁ ତାଙ୍କୁ ପଶ୍ଚିମବଙ୍ଗରେ କଂଗ୍ରେସର ଦାୟିତ୍ୱ ଦିଆଯାଇଥିଲା । କାରଣ ତତ୍କାଳୀନ କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ପଶ୍ଚିମବଙ୍ଗରେ ନିର୍ବାଚନ ହାରିଥିଲା ।  ତେବେ ୧୯୮୯ରେ ସେ ନୂଆ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ତାଙ୍କ ପ୍ରଧାନମନ୍ତ୍ରୀ ହେବା ନେଇ ମଧ୍ୟ ଚର୍ଚ୍ଚା ଧରିଥିଲା । ଏହାକୁ ନେଇ ରାଜୀବ ଗାନ୍ଧୀଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିଲା ।

{"id":323205,"sizeSlug":"large"}

ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ୨୦୦୪ରେ କଂଗ୍ରେସ କ୍ଷମତାକୁ ଆସିଥିଲା । ମନମୋହନ ସିଂ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହି ସମୟରେ ତାଙ୍କୁ କଂଗ୍ରେସର ସଙ୍କଟ ମୋଚକ କୁହାଯାଉଥିଲା । କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦିଆଯାଇଥିଲା । ସେ ମନ୍ତ୍ରୀ ଥିବା ବେଳେ ଭାରତ ଓ ଆମେରିକା ମଧ୍ୟରେ ଆଣବିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

.ୟୁପିଏ୨ରେ ପ୍ରଣବ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ।ଏହି ସମୟରେ ସେ ସୋନିଆ ଓ ରାହୁଲ ଗାନ୍ଧୀଙ୍କର ଅତି ନିକଟତର ଥିଲେ । ପରେ ୨୦୧୨ରେ ସେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ।

{"id":323206,"sizeSlug":"large"}

୨୦୧୭ରେ ମନମୋହନ ସିଂ କହିଥିଲେ ଯେ, ପ୍ରଣବ ଦା ତାଙ୍କଠାରୁ ଅଧିକ ଶିକ୍ଷିତ ଓ ଯୋଗ୍ୟ । ପ୍ରଧାନମନ୍ତ୍ରୀ ହେବା ପାଇଁ ମଧ୍ୟ ତାଙ୍କର ଯୋଗ୍ୟତା ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.