ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ ପ୍ରଣବଙ୍କ ଝିଅ ଶର୍ମିଷ୍ଠା ବାନାର୍ଜୀ, କହିଲେ- ମନରେ ନଥିଲା ଇଚ୍ଛା ଶକ୍ତି

Published By : Prameya-News7 Bureau | September 26, 2021 IST

ନୂଆଦିଲ୍ଲୀ ୨୬।୦୯: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ରବିବାର ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ କଂଗ୍ରେସ ଦଳର ସଦସ୍ୟ ଥିଲେ। ତାଙ୍କ ଭାଇ ଅଭିଜିତ ମୁଖାର୍ଜୀ ମଧ୍ୟ କିଛି ସମୟ ପୂର୍ବରୁ କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସରେ ସାମିଲ୍ ହୋଇଥିଲେ।  ଶର୍ମିଷ୍ଠା ଟ୍ଵିଟ୍ କରି ନିଜ ଅବସର ବିଷୟରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ସକ୍ରିୟ ରାଜନୀତିରୁ ବିଦାୟ ନେଉଛି। କିନ୍ତୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରେ ରହିବି। କେହି ଯଦି ଦେଶର ସେବା କରିବାକୁ ଚାହେଁ, ତେବେ ଏହାର ବିକଳ୍ପ ମଧ୍ୟ ରହିଛି। ରାଜନୀତି ମୋ ପାଇଁ ନୂଆ ନୁହେଁ। ମୁଁ ଅନ୍ୟ କାମରେ ବ୍ୟସ୍ତ ରହିବାକୁ ଚାହୁଁଛି। ରାଜନୀତି କରିବା ପାଇଁ ଦୃଢ ଇଚ୍ଛା ଶକ୍ତିର ଆବଶ୍ୟକତା ରହିଛି। ଲାଗୁଛି ମୋ ପାଖରେ ଆଉ ସେ ଇଚ୍ଛା ଶକ୍ତି ନାହିଁ। ଏଥିପାଇଁ ସକ୍ରିୟ ରାଜନୀତିରେ ମୋର ରହିବାର କୌଣସି ଅର୍ଥ ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.