ଗୋଆର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ରାତି ୯ଟାରେ ଶପଥ ନେବେ ବିଜେପି ନେତା ପ୍ରମୋଦ ସାୱନ୍ତ !

Published By : Prameya-News7 Bureau | March 18, 2019 IST

ପାଣାଜୀ ୧୮/୩ : ବିଜେପି ନେତା ପ୍ରମୋଦ ସାୱନ୍ତ ଗୋଆର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଶୁଣିବାକୁ ମିଳୁଛି | ସୂତ୍ର ଅନୁଯାୟୀ, ପ୍ରମୋଦ ସାୱନ୍ତ ଆଜି ରାତି ୯ଟାରେ ଶପଥ ନେବେ | ମନୋହର ପାରିକରଙ୍କ ନିଧନ ପରେ ଏହିଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି | ଗୋଆରେ ୨ଜଣ ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି | ପାରିକର ଗୋଆରେ ଏକ ମହାମେଣ୍ଟ ସରକାରର ନେତୃତ୍ୱ ନେଇଥିଲେ | ଏହି ମହାମେଣ୍ଟରେ ସାମିଲ ଥିଲେ ଫରୱାର୍ଡ଼ ପାର୍ଟି, ଏମଜିପି ଏବଂ ନିର୍ଦଳୀୟ | ପାରିକରଙ୍କ ନିଧନ ପରେ ଗୋଆ ମୁଖ୍ୟମନ୍ତ୍ରୀ ପଦବୀ ଖାଲି ପଡିଛି | କ୍ୟାନସରରେ ପୀଡିତ ପାରିକରଙ୍କ ୬୩ ବର୍ଷ ବୟସରେ ଗତକାଲି ନିଧନ ହୋଇଥିଲା |

{"id":94866}


୨୦୧୭ ମସିହାରେ ପାରିକର ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ | ବର୍ତ୍ତମାନ କଂଗ୍ରେସ ୧୪ ବିଧାୟକଙ୍କ ସହ ରାଜ୍ୟରେ ସବୁଠାରୁ ବଡ ଦଳ | ଅପରପକ୍ଷରେ ବିଜେପିର ୧୨ ଜଣ ବିଧାୟକ ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.