ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ
19/03/2019 at 8:21 AM
ପାଣାଜୀ ୧୯/୩ : ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପ୍ରମୋଦ ସାୱନ୍ତ । ଗତକାଲି ବିଳମ୍ବିତ ରାତିରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରମୋଦ ସାୱନ୍ତ ଏବଂ ଗୋଆ ବିଧାନସଭା ବାଚସ୍ପତି ଉପସ୍ଥିତ ଥିଲେ । ପାରିକରଙ୍କ ଦେହାନ୍ତ ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଦୌଡରେ ସେ ଆଗୁଆ ଥିଲେ । ସେହିପରି ସହଯୋଗୀ ଦଳ ମହାରାଷ୍ଟ୍ରବାଦୀ ଗୋମାନ୍ତକ ଦଳର ରାମକ୍ରିଷ୍ଣ ଡାଭଲିକର ଏବଂ ଗୋଆ ଫରୱାର୍ଡ ପାର୍ଟିର ବିଜୟ ସରଦେଶାଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଏମାନଙ୍କ ସହ ୧୧ କ୍ୟାବିନେଟ ମନ୍ତ୍ରୀଙ୍କୁ ମଧ୍ୟ ପଦ ଓ ଗୋପନୀୟତାର ଭାବେ ଶପଥ ଗ୍ରହଣ କରିଛନ୍ତି ରାଜ୍ୟପାଳ । ଗୋଆ ବିଜେପି ପ୍ରଭାରୀ ନିତିନ ଗଡକରି ବିଜେପି ନେତା ଏବଂ ମେଣ୍ଟରେ ଥିବା ସହଯୋଗୀମାନଙ୍କ ସହ ଆଲୋଚନା କରିଥିଲେ । ତେବେ ପ୍ରମୋଦ ସାୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସର୍ବସମ୍ମତି ହୋଇଥିଲା ।