ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଓଡିଶା ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ମିଶ୍ର

Published By : Prameya-News7 Bureau | September 11, 2019 IST

ନୂଆଦିଲ୍ଲୀ/ସମ୍ବଲପୁର  ୧୧।୯- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ହେଲେ  ଓଡିଆ ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ମିଶ୍ର।  ନୃପେନ୍ଦ୍ର ମିଶ୍ର  ପ୍ରମୁଖ ସଚିବ ପଦ ଛାଡିବା ପରେ ପ୍ରମୋଦ କୁମାର ମିଶ୍ରଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ଯୋଜନା ପ୍ରଣୟନରେ ତାଙ୍କ ପାଖରେ ଥିବା ଲମ୍ବା ଅନୁଭୁତିକୁ ଦେଖି ପ୍ରଧାନମନ୍ତ୍ରୀ ତାଙ୍କୁ ୨୦୧୪ରେ ତାଙ୍କୁ ଅତିରିକ୍ତ ସଚିବ ଭାବେ ଚୟନ କରିଥିଲେ।  ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଦିଆଯାଇଥିଲା ।

{"id":156349}

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ହେଲେ  ଓଡ଼ିଆ  ପ୍ରାଶାସନିକ ଅଧିକାରୀ ପ୍ରମୋଦ କୁମାର ମିଶ୍ର।  ଗୁଜରାଟ କ୍ୟାଡର ଏହି ଅବସରପ୍ରାପ୍ତ ଆଇଏଏସ ପୂର୍ବରୁ ଅତିରିକ୍ତ ପ୍ରମୁଖ ସଚିବଭାବେ କାମ କରୁଥିଲେ।  ନୃପେନ୍ଦ୍ର ମିଶ୍ର  ପ୍ରମୁଖ ସଚିବ ପଦ ଛାଡିବା ପରେ ପ୍ରମୋଦ କୁମାର ମିଶ୍ରଙ୍କୁ ଦିଆଯାଇଛି ଏହି ଦାୟିତ୍ବ।  ବିପର୍ଯ୍ୟୟ ପ୍ରଶମନ, ଯୋଜନା ପ୍ରଣୟନ ଓ ଅର୍ଥନୈତିକ ନୀତି ନିର୍ଦ୍ଧାରଣରେ ତାଙ୍କ ପାଖରେ ଥିବା ଲମ୍ବା ଅନୁଭୁତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଉପରେ ଆସ୍ଥା ବଢ଼ାଇଛନ୍ତି। ୨୦୧୪ରେ ପ୍ରମୋଦ ମିଶ୍ରଙ୍କୁ ଅତିରିକ୍ତ ସଚିବ ଭାବେ ସେ ଚୟନ କରିଥିଲେ। ଏବେ ପ୍ରମୁଖ ସଚିବ ଦାୟିତ୍ବ ଗ୍ରହଣ କରିଛନ୍ତି।

{"id":156350}

ସମ୍ବଲପୁର ସହରର ପଟ୍ଟନାୟକ ପଡାରେ ୧୧ ଅଗଷ୍ଟ, ୧୯୪୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ ପ୍ରମୋଦ କୁମାର ମିଶ୍ର। ଘର ନିକଟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ। ସମ୍ବଲପୁର ଜିଲ୍ଲା ସ୍କୁଲ୍‌ରେ ୫ମ ଶ୍ରେଣୀରୁ ଏକାଦଶ ପର୍ଯ୍ୟନ୍ତ ପଢ଼ିଥିଲେ। । ଗଙ୍ଗାଧର ମେହେର କଲେଜ୍‌ରୁ  ଅର୍ଥନୀତି ପ୍ରଥମ ଶ୍ରେଣୀରେ ସ୍ନାତକ ଡିଗ୍ରୀ ପରେ,ଦିଲ୍ଲୀ ବିଶ୍ବବିଦ୍ୟାଳୟର ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସ ରେ ସେ ଅର୍ଥନୀତିରେ ଏମ୍‌ଏ କରିଥିଲେ।  ବିଦେଶରେ ଅର୍ଥନୀତିରେ ଉଚ୍ଚୋତର ଗବେଷଣା କରିଥିଲେ। ଆଉ ୧୯୭୨ ସିହାରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ କୃତିତ୍ବର ସହ ଚୟନ ହେବାପରେ, ଗୁଜରାଟ କ୍ୟାଡରରେ ଯୋଗ ଦେଇଥିଲେ । ପ୍ରାଶାସନିକ ସେବାରେ ଲମ୍ବା ଯାତ୍ରା ପରେ ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେବାରେ ପ୍ରମୋଦଙ୍କ ଗାଁରୁ ଆସିଛି ଗର୍ବ ଓ ଗୌରବର ବାର୍ତ୍ତା।

{"id":156351}

ଯେଉଁ ପ୍ରାଥମିକ ବିଦ୍ୟାଳୟରେ ପ୍ରମୋଦ ମିଶ୍ର ପାଠ ପଢୁଥିଲେ ସେହି ସ୍କୁଲ୍‌ ଆଜି ମଧ୍ୟ ଚାଲିଛି। ଆଉ ବର୍ତ୍ତମାନର ପ୍ରଧାନ ଶିକ୍ଷୟତ୍ରୀ ଏହି ଖବର ଶୁଣିବା ପରେ ଛାତ୍ରଛାତ୍ରୀଙ୍କ ଗହଣରେ ସେ ଏହାକୁ ବାଣ୍ଟିଥିଲେ। ତାଙ୍କ ଭଳି ଉଚ୍ଚ ଆଶା ରଖିବାକୁ ପିଲାଙ୍କୁ ପ୍ରେରଣା ଦେଇଥିଲେ। 

{"id":156352}

ପ୍ରମୁଖ ସଚିବଭାବେ ପି କେ ମିଶ୍ରଙ୍କ ନିଯୁକ୍ତି ପରେ ଏଣିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପି କେ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  କୋର ଗ୍ରୁପ ଭାବେ କାମ କରିବେ।

{"id":156353}
wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.