ଅର୍ଜ୍ଜୁନ ପୁରସ୍କାର ପାଇବେ ଓଡିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ, କ୍ରିଡାମନ୍ତ୍ରାଳୟ ତାଲିକାରେ ପ୍ରକାଶିତ ହେଲା ନାମ

Published By : Prameya-News7 Bureau | August 17, 2019 IST

ନୂଆଦିଲ୍ଲୀ ୧୭।୮: ଶନିବାର ଦେଶର କ୍ରିଡା ପୁରସ୍କାର ଘୋଷଣା ହୋଇଛି। ଏଥିରେ ଖେଳ ରତ୍ନ ସମେତ ଦ୍ରୋଣାଚାର୍ଯ୍ୟ, ଜୀବନବ୍ୟାପୀ ଉପଲବ୍ଧି ,ଅର୍ଜ୍ଜୁନ ଓ ଧ୍ୟାନଚାନ୍ଦ ପୁରସ୍କାର ଆଦି ଘୋଷିତ ହୋଇଛି। ଏଥିରେ ଅର୍ଜ୍ଜୁନ ପୁରସ୍କାର ନିମନ୍ତେ ଆଇଆଇଟି ଛାତ୍ର ତଥା ଓଡିଆ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ନାମ ତାଲିକାରେ ପ୍ରକାଶ ପାଇଛି। ଅବସରପ୍ରାପ୍ତ ବିଚାରପତି ମୁକୁନ୍ଦ ଶର୍ମାଙ୍କ ନେତୃତ୍ୱରେ ଗଠିତ ପୁରସ୍କାର ଚୟନ ସମିତି ଚଳିତ ବର୍ଷର ପୁରସ୍କାର ବିଜେତାମାନଙ୍କ ନାମ ଘୋଷଣା କରିଛନ୍ତି।

{"id":145467,"width":583,"height":426}

ପ୍ରମୋଦ ୪ ବର୍ଷ ବୟସର ହୋଇଥିବା ବେଳେ ପୋଲିଓ ଆକ୍ରାନ୍ତ ହୋଇଥିଲେ। ତାଙ୍କର ଚିକିତ୍ସା ନିମନ୍ତେ ଆବଶ୍ୟକ ପଡୁଥିବା ଅର୍ଥ ଯୋଗାଡ କରିବାରେ ପିତା ବିଫଳ ହୋଇଥିଲେ। ତେବେ ପୋଲିଓ ଗ୍ରସ୍ତ ପ୍ରମୋଦଙ୍କ ହାତ ଅନ୍ତତଃପକ୍ଷେ ବର୍ତ୍ତିଯାଉ ବୋଲି ତାଙ୍କ ପିତା କରିଥିବା ଉଦ୍ୟମ ସଫଳ ହୋଇଥିଲା। ହେଲେ ଦିବ୍ୟାଙ୍ଗ ହୋଇପଡିଥିଲେ ପ୍ରମୋଦ, କିନ୍ତୁ ଜୀବନ ଯୁଦ୍ଧ ଜିତିବା ଲାଗି ରିତିମୟ ପ୍ରୟାସ ଜାରି ରଖିଥିଲେ। ୧୪ ବର୍ଷ ବୟସର ହୋଇଥିବା ବେଳେ ସାଧାରଣ ବର୍ଗର ବରିଷ୍ଠ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ପରାସ୍ତ କରିବାକୁ ସକ୍ଷମ ହୋଇ ପାରୁଥିଲେ ପ୍ରମୋଦ। ଆଆଇଟିରେ ଅଧ୍ୟୟନ କରିବା ସହ ପ୍ରତିଯୋଗୀତାମୂଳକ ବ୍ୟାଡିମିଣ୍ଟନ ପ୍ରତି ଋଚି ରଖୁଥିବା ପ୍ରମୋଦ ଲଣ୍ଡନରେ ଅନୁଷ୍ଠିତ ୨୦୧୫ ୱାର୍ଲଡ ପାରା ବ୍ୟାଡମିଣ୍ଟନ ଟାଇଟଲ ବିଜୟୀ ହେବାରେ ସକ୍ଷମ ହୋଇଥିଲେ।

{"id":145468,"width":583,"height":426}

ଚଳିତବର୍ଷ କ୍ରିକେଟରେ ରବିନ୍ଦ୍ର ଜାଡେଜାଙ୍କୁ ଅର୍ଜ୍ଜୁନ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଥିବା ବେଳେ ରାଜୀ ଗାନ୍ଧି ଖେଳ ରତ୍ନ ପୁରସ୍କାର ନିମନ୍ତେ ବଜରଙ୍ଗ ପୁନିଆ ଓ ଦୀପା ମଲ୍ଲିକଙ୍କୁ ମନୋନୀତ କରାଯାଇଛି। ସହିପରି ବ୍ୟାଡମିଣ୍ଟନ କୋଚ୍ ବିମଲ କୁମାର, ଟେବୁଲ ଟେନିସ ସନ୍ଦିପ ଗୁପ୍ତା ଓ ଆଥଲେଟିକ୍ସ କୋଚ୍ ମହିନ୍ଦ୍ର ସିଂ ଢିଲୋଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.