Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ପ୍ରଥମ ଓଡ଼ିଆ ଖେଳାଳିଙ୍କୁ ଶ୍ରେଷ୍ଠ ପୁରସ୍କାର: ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ଗ୍ରହଣ କଲେ ପ୍ରମୋଦ ଭଗତ, ଅମିତ୍-ବୀରେନ୍ଦ୍ରଙ୍କୁ ଅର୍ଜୁନ ଆଓ୍ଵାର୍ଡ

13/11/2021 at 5:00 PM

ନୂଆଦିଲ୍ଲୀ ୧୩/୧୧: ପ୍ରମୋଦ ଭଗତଙ୍କୁ ମିଳିଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ। ଖେଳରତ୍ନ ସମ୍ମାନ ଗ୍ରହଣ କଲେ ପ୍ରମୋଦ ଭଗତ। ପାରା ଅଲିମ୍ପିଆନ୍‌ ପ୍ରମୋଦ ଭଗତଙ୍କୁ ‘ଖେଳରତ୍ନ’ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତାଙ୍କୁ ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ପାଇଁ ମିଳିଛି ଖେଳରତ୍ନ ପୁରସ୍କାର। ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରମୋଦ ଭଗତଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ପ୍ରଥମ ଓଡ଼ିଆ ଭାବେ ପ୍ରମୋଦ ଏହି ପୁରସ୍କାର ପାଇଛନ୍ତି। ଏହା ପୂର୍ବରୁ ପାରା ବ୍ୟାଡମିଣ୍ଟନରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା।

ସେହି ପରି ଟୋକିଓ ଅଲିମ୍ପିକ୍ସରେ ହକିରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏଥିରେ ଓଡିଶାର ଦୁଇ ଜଣ ଖେଳାଳି ଅମିତ୍ ରୋହିଦାସ ଏବଂ ବୀରେନ୍ଦ୍ର ଲାକ୍ରାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅର୍ଜୁନ ଆଓ୍ଵାର୍ଡରେ ସମ୍ମାନିତ କରିଛନ୍ତି। ଅନ୍ୟ ହକି ଖେଳାଳିଙ୍କ ମଧ୍ୟରେ ରୂପିନ୍ଦର ପାଲ ସିଂହ, ସୁମିତ, ନୀଳକାନ୍ତ ଶର୍ମା, ମନନ୍ଦୀପ ସିଂହ, ସମସେର ସିଂହ, ଲଳିତ କୁମାର, ହାର୍ଦ୍ଦିକ ସିଂହ, ବିବେକ ସାଗର,  ବରୁଣ କୁମାର, ସିମରନଜିତ ସିଂହ, ରୂପିନ୍ଦରପାଲ ସିଂହ ଆଦି ସାମିଲ୍।

ଏହା ବ୍ୟତୀତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୋକିଓ ଅଲିମ୍ପିକ୍‌ରେ ଗୋଲ୍ଡ  ମେଡାଲ ବିଜେତା ନୀରଜ ଚୋପ୍ରାଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସେହଭିଳି ବକ୍ସର ଲଭଲିନା ବର୍ଗୁହେନ୍‌, ହକି ଖେଳାଳି ଶ୍ରୀଜେଶ ପିଆର, ପାରା ସୁଟର ଅବନୀ ଲେଖାରା ଏବଂ ପାରା ଆଥଲେଟ୍‌ ସୁମିତ ଅନ୍ତିଲଙ୍କୁ ଖେଳରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି।

   Related Posts