Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବାନ୍ଧିଲା ପୋଲିସ , ଜେଲ୍ ଗଲେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ସୋସାଇଟି ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତ ପ୍ରମୋଦ, ଏବେ ସୋସାଇଟି ଦୁଆର ମନା

4/11/2019 at 7:53 PM

କେନ୍ଦ୍ରାପଡା ୦୪।୧୧ -ଜେଲ୍ ଗଲେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ସୋସାଇଟି ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତ ପ୍ରମୋଦ ସାହୁ ।ରବିବାର ରାତିରେ ପୋଲିସ ତାଙ୍କୁ ଗିରଫ କରିବା ପରେ ଆଜି କେନ୍ଦ୍ରାପଡ଼ା sdjm କୋର୍ଟ ରେ ହାଜର କରିଥିଲା | କୋର୍ଟ ରେ ପ୍ରମୋଦ ଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି । ସେପଟେ ପୀଡିତା କହିଛନ୍ତି ତାଙ୍କର ଆଇନ ଉପରେ ଭରସା ଅଛି ।

ବାରିମୂଳ ଜେଲ ଗଲେ ପ୍ରମୋଦ ସାହୁ। ଡେରିରେ ହେଉ ପଛେ ପ୍ରମୋଦଙ୍କୁ ବାନ୍ଧିଲା ପୋଲିସ । ନ୍ୟୁଜ୍ ସେଭେନ୍ରେ ଘନ ଘନ ଖବର ପ୍ରସାରଣ ପରେ ଆକ୍ସନ ମୋଡ଼କୁ ଆସିଲା ପୋଲିସ। କେନ୍ଦ୍ରାପଡା ପୋଲିସ ଗତ ରାତି ରେ ଉଠାଇ ନେଇଥିଲା । ସକାଳେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଦିନ ସାଢେ ୧୧ ଟାରେ କେନ୍ଦ୍ରାପଡ଼ା SDJM କୋର୍ଟରେ ଅଭିଯୁକ୍ତ ପ୍ରମୋଦଙ୍କୁ ହାଜର କରାଯାଇଥିଲା । ତେବେ କୋର୍ଟ ପ୍ରମୋଦଙ୍କ ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି | ପ୍ରମୋଦଙ୍କ ବିରୁଦ୍ଧରେ ଆଇପିସି ଧାରା 323, 294, 506, 354, 354-B, 509, 34 ରେ ମାମଲା ରୁଜୁ ହୋଇଛି ।

ଅଭିଯୁକ୍ତ ପ୍ରମୋଦ ସାହୁ ଜେଲ୍ ଯିବା ପରେ ପୀଡିତା ଏବଂ ତାଙ୍କ ପରିବାର ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି | ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ଯଥେଷ୍ଟ ଭରସା ଅଛି ବୋଲି ପୀଡିତା କହିଛନ୍ତି ।

ପ୍ରମୋଦଙ୍କୁ ଆଜି କୋର୍ଟରେ ହାଜର ସମୟରେ  ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା ପୀଡ଼ିତାଙ୍କ ଓକିଲ କହିଥିଲେ। ସେପଟେ ପୀଡ଼ିତାଙ୍କ ଅଭିଯୋଗ ଓ ବୟlନରେ ତାଳମେଳ ରହୁ ନଥିବା ଏବଂ ପ୍ରମୋଦଙ୍କୁ ମିଛରେ ଫସାଇ ଦିଆଯାଇଛି ବୋଲି ତାଙ୍କ ଓକିଲ କହିଛନ୍ତି |

 କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ସୋସାଇଟିର ସଭାପତିଙ୍କ ଗିରଫ୍ ପରେ ସୋସାଇଟିର ଅର୍ଥନୈତିକ ଅନିୟମିତତା ସଂପର୍କରେ ତଦନ୍ତ ପାଇଁ ଦାବି ଜୋର ଦରିବାରେ ଲାଗିଛି ।

   Related Posts