Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଅସହାୟ ପଶୁଙ୍କ ପାଇଁ ସାହାରା ସାଜିଲେ ଭାରତୀୟ ସେନାର ଅବସର ପ୍ରାପ୍ତ ଅଧିକାରୀ ପ୍ରମିଳା ସିଂହ: ଭୁରି ଭୁରି ପ୍ରଶଂସା କଲେ ପିଏମ ମୋଦୀ

18/07/2021 at 4:39 PM

ନୂଆଦିଲ୍ଲୀ ୧୮/୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର କୋଟା ନିବାସୀ ଏବଂ ଭାରତୀୟ ସେନାର ମେଜର ଭାବରେ ଅବସର ନେଇଥିବା ପ୍ରମିଳା ସିଂହଙ୍କୁ ତାଙ୍କର ଦୟାଭାବ ଓ ସେବା କାର୍ଯ୍ୟ ପାଇଁ ଚିଠି ଲେଖି ପ୍ରଶଂସା କରିଛନ୍ତି। କରୋନା ଲକଡାଉନ ସମୟରେ ଯେତେବେଳେ ଲୋକମାନେ ନିଜ ଘରେ ନିଜ ବଞ୍ଚିବା ପାଇଁ ଖାଦ୍ୟ ବ୍ୟବସ୍ଥା କରିବାରେ ବ୍ୟସ୍ତ ଥିଲେ, ସେହି ସମୟରେ ମେଜର ପ୍ରମିଳା ସିଂହ ନିଜ ପିତା ଶ୍ୟାମବୀର ସିଂଙ୍କ ସହିତ ଅସହାୟ ଓ ମୁକ ପଶୁଙ୍କ ଯତ୍ନ ନେଉଥିଲେ ଏବଂ ସେମାନଙ୍କ ଯନ୍ତ୍ରଣା ବୁଝୁଥିଲେ। ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ମେଜର ପ୍ରମିଳା ଏବଂ ତାଙ୍କ ପିତା ନିଜର ଜମା ପୁଞ୍ଜିରେ ରାସ୍ତାରେ ବେସାହାରା ହୋଇ ବୁଲୁଥିବା ପଶୁମାନଙ୍କର ଖାଦ୍ୟ ଏବଂ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମେଜର ପ୍ରମିଳାଙ୍କୁ ପ୍ରଶଂସା କରି ସମାଜ ପାଇଁ ଏହା ଏକ ପ୍ରେରଣାଦାୟକ ସ୍ରୋତ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ଚିଠିରେ ଆହୁରି ଲେଖିଛନ୍ତି, “ଗତ ଦେଢ଼ ବର୍ଷ ମଧ୍ୟରେ ଆମେ ଅଦ୍ଭୁତପୂର୍ଣ ପରିସ୍ଥିତିର ସମ୍ମୁଖୀନ ହୋଇଛୁ। ଏହା ଏମିତି ଏକ ସମୟ ଯାହାକୁ ଲୋକେ ସାରା ଜୀବନ ଭୁଲି ପାରିବେ ନାହିଁ। ଏହା କେବଳ ମାନବ ପାଇଁ ନୁହେଁ ବରଂ ମାନବ ସାନ୍ନିଧ୍ୟରେ ରହୁଥିବା ଅନେକ ଜୀବଙ୍କ ପାଇଁ ମଧ୍ୟ କଠିନ ସମୟ। ଏପରି ପରିସ୍ଥିତିରେ ଅସହାୟ ଜୀବଜନ୍ତୁଙ୍କ ଦୁଃଖ, ଯନ୍ତ୍ରଣା ଓ ଆବଶ୍ୟକତା ପ୍ରତି ଆପଣ ସମ୍ବେଦନଶୀଳ ହେବା ଏବଂ ସେମାନଙ୍କ କଲ୍ୟାଣ ପାଇଁ ବ୍ୟକ୍ତିଗତ ସ୍ତରରେ କାର୍ଯ୍ୟ କରିବା ପ୍ରସଂଶନୀୟ।

ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ ଚିଠିରେ କହିଛନ୍ତି ଯେ ଏହି କଷ୍ଟଦାୟକ ସମୟରେ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି ଯାହା ଆମକୁ ମାନବିକତା ପାଇଁ ଗର୍ବ କରିବାର ସୁଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ମୋଦୀ ଆଶା ପ୍ରକଟ କରିଛନ୍ତି ଯେ ମେଜର ପ୍ରମିଳା ଏବଂ ତାଙ୍କ ପିତା ନିଜର କାର୍ଯ୍ୟକଳାପ ସହିତ ସମାଜରେ ସଚେତନତା ସୃଷ୍ଟି କରି ଲୋକଙ୍କୁ ଉତ୍ସାହିତ କରିବେ। ଏହାପୂର୍ବରୁ ମେଜର ପ୍ରମିଳା ସିଂହ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି କହିଥିଲେ ଯେ ଲକଡାଉନ ସମୟରେ ସେ ଆରମ୍ଭ କରିଥିବା ପଶୁମାନଙ୍କର ଯତ୍ନ ନେବା କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଜାରି ରହିଛି। ଚିଠିରେ ସେ ଅସହାୟ ପ୍ରାଣୀଙ୍କ ଯନ୍ତ୍ରଣା ପ୍ରକାଶ କରି ସମାଜରେ ଅଧିକରୁ ଅଧିକ ଲୋକଙ୍କୁ ଏହି ମୁକ ଓ ଅସହାୟ ପଶୁଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବାକୁ ଅପିଲ କରିଛନ୍ତି।

   Related Posts