କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଥାଇ ସେମାନେ ସଂସଦ ଆସୁଛନ୍ତି, ମନ୍ତ୍ରୀ ବିଧାନସଭା ଆସିଲେ ଅସୁବିଧା କ’ଣ ? - ପ୍ରମିଳା ମଲ୍ଲିକ

Published By : Prameya-News7 Bureau | December 03, 2021 IST

ଭୁବନେଶ୍ବର ୩।୧୨: ବିଜେପିର ଗୋବର ପାଣିରେ ବିଧାନସଭା ଶୋଧନକୁ ନେଇ କଡା ଜବାବ ରଖିଲା ବିଜେଡି। ପ୍ରଥମେ ବିଜେପି ଲୋକସଭା ଓ ଉତ୍ତର ପ୍ରଦେଶ ବିଧାନସଭାକୁ ଶୋଧନ କରନ୍ତୁ । ସେଠାରେ ଅନେକ ନରହତ୍ୟାକାରୀ ଅଛନ୍ତି । ଗଙ୍ଗା ବି ସେଠୁ ପାଖ । ଆମେ ବାରମ୍ବାର କହି ଆସିଛୁ ଯେଉଁ ନିର୍ଦ୍ଧିଷ୍ଟ ଥାନାରେ କେଶ ହୋଇଛି ସେହି ଥାନାରେ ମନ୍ତ୍ରୀଙ୍କ ନାଁରେ ସେ ଏତଲା ଦେଇଛନ୍ତି କି ବୋଲି ପ୍ରଶ୍ନ କଲା ଶାସକ ଦଳ ।

କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଥାଇ ମଧ୍ୟ ସେମାନେ ସଂସଦ ଆସୁଛନ୍ତି । ଏଠି ମନ୍ତ୍ରୀ ବିଧାନସଭା ଆସିଲେ ଅସୁବିଧା କଣ ବୋଲି ପ୍ରଶ୍ନ କଲା ଶାସକ ଦଳ । ଆମେ ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ । କିନ୍ତୁ ବିରୋଧୀଙ୍କ ମାନସିକତା ଠିକ ନାହିଁ ତେଣୁ ସେମାନେ ଆଲୋଚନା ପାଇଁ ଆଗକୁ ଆସୁନାହାନ୍ତି । ବିଭିନ୍ନ ନାଟକ କରି ବିଧାନସଭାର ସମୟ ବରବାଦ କରୁଛନ୍ତି । ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିରୋଧୀ ଏଭଳି କରୁଛନ୍ତି । ଲୋକ ଜାଣିସାରିଲେଣି । ଏଭଳି କଲେ ବିରୋଧୀ ସଫା ହୋଇଯିବେ। ଗୃହରେ ଯଦି ଏଭଳି ଅଚଳାବସ୍ଥା ଜାରି ରହେ ତେବେ ଗୃହକୁ ଚଳାଇବା ପାଇଁ ବାଚସ୍ପତି ପଦକ୍ଷେପ ନେବେ ବୋଲି କହିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.