କେବଳ ଗଣ ମାଧ୍ୟମରେ ଚର୍ଚ୍ଚାରେ ରହିବା ଲାଗି ଗୃହ କାର୍ଯ୍ୟରେ ଅସହଯୋଗ କରୁଛି ବିଜେପି : ପ୍ରମିଳା ମଲ୍ଲିକ

Published By : Prameya-News7 Bureau | November 18, 2019 IST

ଭୁବନେଶ୍ବର୧୮|୧୧: ବିଧାନସଭାର ଶୀତ ଅଧିବେଶନ  ଆରମ୍ଭ ହେବାର ୫ଦିନ ପରେ ମଧ୍ୟ ବିଜେପି ସଦସ୍ୟମାନେ ଗୃହ କାର୍ଯ୍ୟରେ ସହଯୋଗ କରୁନାହାନ୍ତି । ଯାଜପୁର ଜିଲ୍ଲା ହରିଦାସପୁରର ପିଇଓ ସ୍ମିତାରାଣୀଙ୍କ ପ୍ରସଂଗରେ ଆଲୋଚନା ଦାବୀରେ ଅଡି ବସିଛନ୍ତି । ଆଜି ମଧ୍ୟ ବିଜେପି ସଦସ୍ୟମାନେ ଗାନ୍ଧି ମୂର୍ତ୍ତି ତଳେ ଧାରଣରେ ବସିବା ସହ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବେ ବୋଲି କହିଛନ୍ତି । ଏ ସଂକ୍ରାନ୍ତରେ  ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

{"id":185961,"sizeSlug":"large"}

ସେ କହଛନ୍ତି ଯେ, ବିଜେପି ସଦସ୍ୟଙ୍କୁ ବାରମ୍ବାର ଗୃହକୁ ଆସିବାକୁ ଅନୁରୋଧ କରାଯାଇଛି । ରାଜ୍ୟରେ କେବଳ ସ୍ମିତାରାଣୀ ନୁହେଁ, ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି । କୃଷକ ଓ ମହିଳା ମାନେ ଅନେଇ ବସିଛନ୍ତି ଆମର ସମସ୍ୟା କେତେବେଳେ ଆଲୋଚନା କରିବେ । ଓଡିଶା ଲୋକଙ୍କ ଅର୍ଥରେ ବିଧାନସଭା ଚାଲିଛି । ହେଲେ ବିରୋଧୀ ଦଳ ଖାଲି ଜିଦ୍ ରେ ବସିଲେ କିଏ କଣ କରିବ ।

{"id":185962,"sizeSlug":"large"}

 ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବାକୁ ତାଙ୍କର ଅଧିକାର ଅଛି । ବିଜେପି ଜାଣିଶୁଣି ଗୃହକୁ ଆସୁନାହାନ୍ତି । କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ଲାଗି ସେମାନେ ଏଭଳି କରୁଥିବା ପ୍ରମିଳା କହିଛନ୍ତି । ସେ କହିଛନ୍ତି ଯେ, ବିଜେପି ଭାବୁଛି ତାଙ୍କ ଦଳ ହିଁ ସର୍ବସ୍ବ। ସରକାର ଲୋକଙ୍କ କଥା ଚିନ୍ତା କରୁ ନାହାଁନ୍ତି । ଏଭଳି ଭାବିବା ଭୁଲ । ବିଧାନସଭା ନିୟମ ଅନୁସାରେ ଚାଲିବ ନା ବିଜେପିର ଜିଦ୍‌ରେ ନିୟମ ବଦଳି ଯିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.